Breaking

ନିବେଦନ କଲେ ମୁଖ୍ୟମନ୍ତ୍ରୀ

ସତର୍କ ରୁହନ୍ତୁ ।ସୁରକ୍ଷିତ ରୁହନ୍ତୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସମ୍ବୋଧିତ କଲେ ନବୀନ।କରୋନା ସଂକ୍ରମଣ ଦେଶବ୍ୟାପୀ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତା ଦେଇଛନ୍ତ। ରାଜ୍ୟବାସୀଙ୍କୁ ମୁଖ୍ୟତଃ ୫ଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି । ଲକଡାଉନ୍ କୋହଳ ହୋଇଯାଇଛି, ତାର ଅର୍ଥ ନୁହେଁ କରୋନା ଚାଲିଗଲା । ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ମୌସୁମୀ ବର୍ଷା ଆରମ୍ଭ ହେଉଥିବାରୁ ଥଣ୍ଡା, କାଶ, ଜ୍ୱର ବୃଦ୍ଧି ପାଇବ । ଏହାସହ ୫ ଲକ୍ଷ ପ୍ରବାସୀ ଘରକୁ ଫେରୁଛନ୍ତି । ମୁଖ୍ୟତଃ ଏହିକାରଣ ୨ଟି ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହାକୁ ଦୃଷ୍ଟିରେ ରଖି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ଓ ସଟଡାଉନ୍ ଓ ଲକଡାଉନକୁ ପାଳନ କରିବାକୁ ନିବେଦନ କରିଛନ୍ତି ।

୫ ପରାମର୍ଶ

୧) ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ।

୨) ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧନ୍ତୁ

୩) ହାଟ, ବଜାର, ଅଫିସ୍, ଟ୍ରାଫିକ୍ ସବୁଠାରେ ସାମାଜିକ ଦୂରତା ବଜାୟ ରଖନ୍ତୁ।

୪) ଘରକୁ ଫେରିବା ପରେ ଭଲଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୁଅନ୍ତୁ । କାରଣ ନିଜ ଲୋକ କୋଭିଡ୍ ହସ୍ପିଟାଲକୁ ଯାଆନ୍ତୁ । ଏହା କେହି ଚାହିଁବେ ନାହିଁ ।

୫) ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ୧୦ ବର୍ଷର କମ୍ ବୟସର ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ ।

loading...

Leave A Reply

Your email address will not be published.