ଭୂବନେଶ୍ବର:ଆଗକୁ ନିର୍ବାଚନ ରଣ। ଖୋଲିଛି କେନ୍ଦ୍ର ସରକାରଙ୍କ ଅର୍ଥ ପେଡି।ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ସବୁଠାରୁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ ।ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । କେନ୍ଦ୍ର ସରକାର ନିଜ ଶେଷ ବଜେଟରେ ବଡ ଘୋଷଣା କରି ମୋଦି ନେଇଛନ୍ତି ଏକ ବଡ ପଦକ୍ଷେପ । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ପୂର୍ବର ଆଶା କରାଯାଉଥିଲା ।ଦେଶରେ ପାଖାପାଖି ୩ କୋଟି ମଧ୍ୟବିତ୍ତ ପରିବାର ଯେଉଁମାନେ ଆୟକର ସୀମା ଭିତରକୁ ଆସୁଥିଲେ, ସେମାନେ ଏଥିରୁ ଉପକୃତ ହେବେ।ବଜେଟ୍ ୨୦୧୯ରେ ମୋଦି ସରକାର ଚାଷୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଗାଇଙ୍କ ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଶୁପାଳନ ପାଇଁ ମଧ୍ୟ ଚାଷୀ କ୍ରେଡିଟ୍ କାର୍ଡ ଉପଲବ୍ଧ ରହିବ । ପଶୁପାଳନ ଏବଂ ମାଛଚାଷ ପାଇଁ ୨ ପ୍ରତିଶତ ସୁଧ ମଧ୍ୟ ମିଳିବ । କାମଧେନୁ ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨ ପର୍ଯ୍ୟନ୍ତ ମୋଦି ସରକାର ନୂଆ ଇଣ୍ଡିଆର ଲକ୍ଷ ରଖିଛନ୍ତି ବୋଲି ଗୋଏଲ୍ କହିଛନ୍ତି । ଏହି ସହ ମନଧନ ନାମକ ବିଶାଳ ପେନ୍ସନ୍ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍ସନ୍ ସୁନିଶ୍ଚିତ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ। ଅସଂଗଠିତ କ୍ଷେତ୍ର ଲାଗି ଏହା ହେଉଛି ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା । ଏହି କ୍ଷେତ୍ରରେ ୧୦ କୋଟି ଶ୍ରମିକ ଉପକୃତ ହେବେ।ତେବେ ବଜେଟକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲେ ମଧ୍ୟ ଏହା ଏକ ଲୋକାଭିମୁଖି ବଜେଟ ବୋଲି କେନ୍ଦ୍ର ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି। ସରକାରଙ୍କର ଏହି ଉପହାର ଚଳିତ ନିର୍ବାଚନରେ କି ପ୍ରଭାବ ପକାଉଛି ତାହା ଦେଖିବା ବାକି ରହିଲା।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story