Breaking

କୋଲକାତାରେ ଭୁଷୁଡିଲା ଫ୍ଲାଏଓଭର : ବ୍ରିଜ ତଳେ ଚାପି ହୋଇ ରହିଛି ଏକାଧିକ ଗାଡି

0

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ମାଝେରହାଟଠାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଭୂଷୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଜଣଙ୍କର ପ୍ରାଣ ଯାଇଥିବା ଅନୁମାନ କରାଯାଉଛି । ଭଙ୍ଗା ବ୍ରିଜ ତଳେ ଅନେକ ଗାଡି ଚାପି ହୋଇ ରହିଛି । ଭଗ୍ନାବଶେଷ ମଧ୍ୟରେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଥିବାରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଫ୍ଲାଏ ଓଭରଟି ୪୦ ବର୍ଷ ପୁରୁଣା ଥିଲା। ତେବେ ଏହା ହଠାତ ଭୁଷୁଡ଼ିବାର ସଠିକ କାରଣ ଜଣାପଡ଼ିନାହିଁ। ପ୍ରଥମେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କାରଣ ବିଷୟରେ ଯାଞ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

loading...

Leave A Reply

Your email address will not be published.