Breaking

ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ସହାନୁଭୂତିଶୀଳ ହେବା ଆବଶ୍ୟକ: ‘ଭୋସ୍‍-୯୨’

ବାଣୀବିହାରରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଏହି ପରୀପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ ବାତିଲ କରାଯାଇଥିବାବେଳେ ସରକାରୀ ନିୟମାନୁସାରେ କାର୍ଯ୍ୟାଳୟ ଖୋଲୁଛି । ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ବାଣୀବିହାର ଶିକ୍ଷକ ଓ କର୍ମଚାରୀ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ କ୍ୟାମ୍ପସ ଓ ଏହାର ନିକଟବର୍ତ୍ତି ଅଞ୍ଚଳ ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ବାଣୀବିହାର ପୂରାତନ ଛାତ୍ର ସଂଘ-୧୯୯୨ ତଥା ‘ଭୋସ୍‍-୯୨’ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି । ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ‘ଭୋସ୍‍-୯୨’ ପକ୍ଷରୁ ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ଉପଢୌକନ, ଗ୍ଲୋବସ୍‍, ଦୁଇ ହଳ ମାସ୍କ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସେମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ସହିତ ସାବୁନ ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଣୀବିହାର କ୍ୟାମ୍ପସ ଅଞ୍ଚଳରେ ନିୟୋଜିତ ବିଏମ୍‍ସି ଅଧୀନରେ କାର୍ଯ୍ୟ କରୁଥିବା ଜାଗ୍ରୁତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଚନ୍ଦ୍ରଶେଖର ପ୍ରଧାନ, ବିଶ୍ୱନାଥ ଦାସ ଓ ରାମ୍‍କୃଷ୍ଣ ଧନ୍‍ୱାରଙ୍କ ସମେତ ୨୮ଜଣ ସଫେଇ କର୍ମଚାରୀଙ୍କୁ ‘ଭୋସ୍‍-୯୨’ ପକ୍ଷରୁ ସମ୍ବର୍ଦ୍ଧିତ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।
ଏହି ଅବସରରେ ‘ଭୋସ୍‍-୯୨’ ସଭାପତି ପ୍ରିୟବ୍ରତ ମହାନ୍ତି କହିଥିଲେ ଯେ ସାମ୍ପ୍ରତିକ ସମୟରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଯଥେଷ୍ଟ ବଢ଼ିଯାଇଛି । ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ପରିମଳ କର୍ମଚାରୀ । ସେମାନେ ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ବର୍ଯ୍ୟବସ୍ତୁକୁ ସଫା କରି ପରିବେଶ ସୁସ୍ଥ ରଖୁଛନ୍ତି । ତେଣୁ ସେହି ସମସ୍ତବାସି ନିଜ ନିଜ ଅଞ୍ଚଳରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ନିରାପଦ ରଖିବା ଲାଗି ସାନିଟାଇଜର, ମାସ୍କ, ସାବୁନ ଇତ୍ୟାଦି ଆଦି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଏଥିପାଇଁ ସେମାନଙ୍କୁ ‘ଭୋସ୍‍-୯୨’ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।
ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ କହିଥିଲେ ଯେ ସଫେଇ କର୍ମଚାରୀ ବାଣୀବିହାର କ୍ୟାମ୍ପସରେ ସକାଳୁ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହିତ ଏଠାକାର ପରିବେଶ ସଫାସୁତୁରା ରଖୁଛନ୍ତି ଓ ଜନ ସଚେତନତା ସୃଷ୍ଟି କରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରୁହନ୍ତୁ ଓ ଆମ ସହଯୋଗ କରନ୍ତୁ । ଏହି ଅବରରେ ସଫେଇ କର୍ମଚାରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିବାରୁ ଶ୍ର ସାହୁ ‘ଭୋସ୍‍-୯୨’କୁ ଧନ୍ୟବାଦ ଅର୍ପଣ କରିଥିଲେ ।
‘ଭୋସ୍‍-୯୨’ ସମ୍ପାଦକ ଗଦାଧର ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସରିତ୍‍ ପଣ୍ଡା ଓ ଗୁରୁପ୍ରସାଦ ସାହୁ, ମେ’ଫେୟାର୍‍ ଏକ୍‍ଜ୍ୟୁକୁଟିଭ୍‍ ସୌଭାଗ୍ୟ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ତନ୍ମୟ ସ୍ୱାଇଁ, ପୂର୍ବତନ ଛାତ୍ର ତଥା ‘ସମାଜ’ ପ୍ରତିନିଧି ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.