Breaking

ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍ମରଣ ଉଦ୍‌ଘାଟିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ର ଛାତ୍ର ସଂଗଠନ ଦ୍ୱାରା ଅୟୋଜିତ ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ର ମୁଖ୍ୟ ଅତିଥି ମାନ୍ୟବର ଉତ୍ତର ଭୁବନେଶ୍ବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଙ୍କ ଦ୍ୱାରା ଉଦଘାଟିତ ହେଇଯାଇଅଛି। ଏତତ୍ ବ୍ୟତୀତ ଏଥିରେ ଧଉଳି ଗ୍ରା.ପ ର ସମିତିସଭ୍ୟ ତଥା ବିଜୁ ଛାତ୍ର ଜନତା ଦଳର ଜୋନ୍ ସଭାପତି ଶ୍ରୀ ଭଗବାନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀ ସମରେଶ ବେଉରା, ଆଇନଜିବୀ ଯୋଗେଶ୍ ଜେନା, ଯୁବ ସମାଜକର୍ମୀ ମଲ୍ଲିକ ସମିମ୍ ଅଖତର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ। ଏହି କ୍ରିକେଟ ଲିଗ୍ ରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଏହା ଆଜିଠୁ ଆରମ୍ଭ ହୋଇ ୧୨ ଦିନ ଧରି ବିଜେବି ମହାବିଦ୍ୟାଳୟର ପଡିଆ ରେ ଅନୁଷ୍ଠିତ ହେବ। ଏହାର ଆରମ୍ଭ ସମାରୋହରେ ସାଇ, ରାଜନ୍, ରମଣ୍, ସୁଲଗ୍ନା, ସୁଲତାନ୍, ଅମନ୍, ଅନୁପମ,ମହମ୍ମଦ କାସିମ୍ , ତୁଷାର, ହିତେଶ୍ ପ୍ରମୁଖ ଛାତ୍ରଛାତ୍ରୀ ଆୟୋଜନ କରିଛନ୍ତି ।

loading...

Leave A Reply

Your email address will not be published.