Breaking

ଆବ୍‌ସୋଲ୍ୟୁଟ୍ ବାର୍ବେକ୍ୟୁସ୍‌ରେ ସି ଫିଷ୍ଟ

0

ଭୁବନେଶ୍ୱର: ଆବ୍‌ସୋଲ୍ୟୁଟ୍ ବାର୍ବେକ୍ୟୁସ୍‌ରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୫ ତାରିଖ,୨୦୨୧ ପର୍ଯ୍ୟନ୍ତ ସି’ଫୁଡ୍‌ର ଏକ ଏକ୍‌ଜୋଟିକ ବିସ୍ତାର ସି ଫିଷ୍ଟ୍ ଅଣାଯାଇଛି । ସି’ଫିଷ୍ଟ୍ ଆଟ୍ ଏବିସ୍ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟଗୁଡିକର ଏକ ନୂଆ ଦୁନିଆକୁ ନେଇଯିବ ଯାହା ସାମୁଦ୍ରିକ ଖାଦ୍ୟର ସ୍ୱତନ୍ତ୍ର ସ୍ୱାଦ ସହିତ ଆପଣଙ୍କ ସ୍ୱାଦଗ୍ରନ୍ଥିକୁ ଜାଗ୍ରତ କରିବ ।
ଗତବର୍ଷ ଭଳି ଚଳିତ ବର୍ଷ ସିଫୁଡ୍ ଫେଷ୍ଟିଭାଲ ସମୁଦ୍ରର ତାଜା ଓ ସୁସ୍ୱାଦୁ ଉତ୍ପାଦଗୁଡିକ ସହିତ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଡେଜର୍ଟ ଓ ମେନ୍ କୋର୍ସରେ ନିୟମିତ ବିକଳ୍ପ ବ୍ୟତୀତ ଏହି ଉତ୍ସବରେ ବିଶ୍ୱର ବିଭିନ୍ନ ସ୍ଥାନର ସର୍ବୋତମ ସାମୁଦ୍ରିକ ଖାଦ୍ୟ ସହିତ ବାରାକୁଡା, କ୍ରିସ୍ପି ଫ୍ରାଏଡ୍ ଆଂଚୋଭି, ସ୍ନାପର୍‌, ସାର୍କ, ଷ୍ଟିଙ୍ଗ୍‌ରେ, ଇଲ୍‌, ବମ୍ବେ ଡକ୍‌, ମାଲାବର୍ ତାୱା ମ୍ୟାକେରେଲ୍‌, ସିଫୁଡ୍ ପାତୁରି, ରେଡ୍ ସ୍ନାପର, ନେଲୋର ଫିସ୍ କରି, ବଟର୍ ଗାର୍‌ଲିକ୍ ପ୍ରନ୍‌, ସିଫୁଡ୍ ବିସ୍କ, ବମ୍ବିଲ୍‌, ଫିସ୍ ରୋଇ, ଅକ୍ଟୋପସ୍‌, ସିଫୁଡ୍ ପାଏଲା, ମାଲାବର୍ ତାୱା ମ୍ୟାକେରେଲ୍ ଭଳି ସିଗ୍ନେଚର ଡିସ୍ ଉପଲବ୍ଧ ହେବ । ଏବିସ୍ ସବୁବେଳେ ଗ୍ରାହକଙ୍କୁ ଅନ୍ ଦ ଫ୍ଲୋର୍‌ରେ ମନୋରଞ୍ଜନ ପ୍ରଦାନ କରି ଓ ନିଜ କର୍ମଚାରୀଙ୍କ ନୃତ୍ୟ ପରିବେଷଣ ମାଧ୍ୟମରେ ନିୟୋଜିତ ରଖିବାରେ ବିଶ୍ୱାସ ରଖିଥାଏ, ‘ସୁରଜିତ ତ୍ରିପୁରା’ ନାମକ ଜଣେ ୱେଟର୍‌, ଯିଏ ନିଜର ଚମତ୍କାର ନୃତ୍ୟକଳା ପାଇଁ ଇଂଟରନେଟ୍‌ରେ ଅନେକ ହୃଦୟ ଜିତିଛନ୍ତି ଓ ଯାହାଙ୍କ ଭିଡିଓଗୁଡିକ ଭାଇରାଲ ହେଉଛି, ସେ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱରରେ ଉପସ୍ଥିତ ଅଛନ୍ତି । ସେ ଏବିସ୍‌ର ଗ୍ରାହକମାନଙ୍କଠାରୁ ସେମାନଙ୍କ ସହର ପରିଦର୍ଶନ କରିବା ପାଇଁ ଅନେକ ପ୍ରତିକ୍ରିୟା ହାସଲ କରୁଛନ୍ତି, ସେ ନୃତ୍ୟ ପରିବେଷଣ କରିବା ପାଇଁ ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇ ଗସ୍ତ କରିବେ । ସେ ଦିନେ ଏକ ନ୍ୟାସ୍‌ନାଲ ଟେଲିଭିଜନରେ ପରିବେଷଣ କରିବାକୁ ଇଚ୍ଛା ରଖିଛନ୍ତି ଏବଂ ଏବିସ୍ ମ୍ୟାନେଜ୍‌ମେଂଟ୍ ତାଙ୍କୁ ଏକ ପ୍ରଫେସ୍‌ନାଲ ଡ୍ୟାନ୍ସ ଏକାଡେମୀ ଅଧୀନରେ ପ୍ରଶିକ୍ଷିତ କରାଇବା ସହିତ ରିୟଲିଟି ଶୋ’ ଅଡିସନ୍ ପାଇଁ ଯିବା ଲାଗି ସାହାଯ୍ୟ କରୁଛି ।
ଏହି ଫୁଡ୍ ଫେଷ୍ଟିଭାଲ ସମ୍ପର୍କରେ ଶୁଭମ୍ ଶୁକ୍ଳା (ଡିଜିଏମ୍‌, ସେଲ୍‌ସ ଆଣ୍ଡ ମାର୍କେଟିଙ୍ଗ୍‌) କହିଛନ୍ତି, \”ସିଫିଷ୍ଟ୍ ସହିତ ଏବିସ୍‌ର ଉଦ୍ୟମ ହେଉଛି ଏହାର ଗ୍ରାହକମାନଙ୍କୁ ସମୁଦ୍ରର ସର୍ବୋତମ ଭଣ୍ଡାରର ଏକ ଗ୍ୟାଷ୍ଟ୍ରୋନୋମିକ୍ ଟୁର୍‌ରେ ନେବା । ସିଫିଷ୍ଟରେ ଏଭଳି କିଛି ଡିସ୍‌ଗୁଡିକୁ ସାମିଲ କରାଯିବ ଯାହାକି ଆମର ଏକ୍ସପର୍ଟ ସେଫ୍‌ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ଏବଂ ଏହା ନିଶ୍ଚିତ ରୂପେ ସମସ୍ତ ସିଫୁଡ୍ ପ୍ରଶଂସକମାନଙ୍କୁ ଆନନ୍ଦିତ କରିବ । ଆମର ମେନ୍ୟୁରେ ସୁସ୍ୱାଦୁ ଡିସ୍‌ଗୁଡିକର ଏକ ଶୃଙ୍ଖଳା ରହିଛି ଏବଂ ଆମେ ଆମର ଅତିଥିମାନଙ୍କୁ ଏକ ଅବିସ୍ମରଣୀୟ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ଉତ୍ସାହିତ ରହିଛୁ ।\’
ହାଇଦ୍ରାବାଦରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏବିସ୍‌ରେ ଭାରତରେ ମୋଟ ୪୨ଟି ଓ ଦୁବାଇରେ ଦୁଇଟି ଆଉଟ୍‌ଲେଟ୍ ରହିଛି । ଏବିସ୍‌ର ‘ୱିଶ୍ ଗ୍ରିଲ୍‌’ର ସ୍ୱତନ୍ତ୍ର କନ୍‌ସେଫ୍ଟ ଗ୍ରାହକଙ୍କ ମଜା ଓ କୌତୁହଳରେ ଭରି ରହିଥିବା ନୂତନ ଶୈଳୀର ବାର୍‌ବେକ୍ୟୁଇଙ୍ଗ୍ ସହ ଆକର୍ଷିତ କରିଛି ; ତେଣୁ ଏହା ଡୁ-ଇଟ୍‌-ୟୋର୍‌ସେଲ୍ଫ ରୋଷଇର କନ୍‌ସେପ୍ଟକୁ ପ୍ରୋତ୍ସାହିତ କରୁଛି ।
ଭାରତର ପ୍ରଥମ ୱିଶ୍ ଗ୍ରିଲ୍ ରେଷ୍ଟୁରାଂଟ୍ ହେବାର ଶ୍ରେୟ ସହିତ ଏବିସ୍ ଏକ ଅଲ୍‌-ୟୁ-କ୍ୟାନ୍‌-ଇଟ୍ ବୁଫେ ପ୍ରଦାନ କରୁଛି ଯେଉଁଥିରେ ଭାରତୀୟ, କଂଟିନେଂଟାଲ୍ ଓ ଏକ୍‌ଜୋଟିକ୍ ଅଫରିଙ୍ଗ୍ ସାମିଲ ରହିଛି । ଏହି ରେଷ୍ଟୁରାଂଟ୍ ଅନେକ ପୁରସ୍କାର ହାସଲ କରିଛି ଯେଉଁଥିରେ ଟାଇମ୍‌ସ ଫୁଡ୍ ଆୱାର୍ଡ, ସର୍ବୋଚ୍ଚ ରେଟ୍‌ର ରେଷ୍ଟୁରାଂଟ୍ ପାଇଁ ଜୋମାଟୋ ୟୁଜର୍ ପପୁଲାରିଟି ଆୱାର୍ଡ ଓ ଗୋଲ୍ଡେନ୍ ପ୍ଲେଟ୍ ଆୱାର୍ଡ ଆଦି ସାମିଲ ରହିଛି । ଏବିସ୍ ଏକ ସ୍ୱତନ୍ତ୍ର ଡିଆୱାଇ କୁକିଙ୍ଗ୍ କନ୍‌ସେପ୍ଟ ଓ ରେଡି-ଟୁ-କୁକ୍ ରେଞ୍ଜ୍ ଡିସ୍‌ଗୁଡିକର ଶୁଭାରମ୍ଭ ପରେ ରନ୍ଧନ ଦୁନିଆରେ ଝଡ ସୃଷ୍ଟି କରିଥିଲା । ଏହି ଅଭିନବ ବିଷୟବସ୍ତୁକୁ ଲୋକମାନଙ୍କୁ ଏବିସ୍‌ରେ ଖାଇବା ସମୟରେ ସେମାନେ ଉପଭୋଗ କରିଥିବା ସ୍ୱାଦ ସହିତ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରିବା ଲାଗି ଲଂଚ୍ କରାଯାଇଥିଲା ।

loading...

Leave A Reply

Your email address will not be published.