Breaking

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

0

ବିଶ୍ୱ ଯୋଗଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଭୁବନେଶ୍ୱର ସହିଦ୍‌ନଗର ସ୍ଥିତ ଇମଫା ପାର୍କଠାରେ ସ୍ବତନ୍ତ୍ର ଯୋଗ ଶିବିର ଆୟୋଜିତ କରାଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଣର ଆଧାର। ସାଂମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ବ ଓ ବେଶ୍ ପ୍ରାସଙ୍ଗିକତା ରହିଛି । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯିବା ଉଚିତ୍ ।ଯୋଗ ଦ୍ବାରା ଦେହ ସୁସ୍ଥ ରହିବା ସହ ଆୟୁସ ଓ ବଳ ବୃଦ୍ଦି ପାଇଥାଏ ବୋଲି ଭାରତୀୟ ଯୋଗ ସଂସ୍ଥାନ ,ଇମ୍ଫା ପାର୍କ ମୁଖ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗସଂସ୍ଥାନର ସଦସ୍ୟଙ୍କ ସହ ସହିଦ ନଗର ଇମ୍ଫା ପାର୍କ ଓ୍ବାଲ୍କର ସଦସ୍ୟ ,ମ୍ୟାକ୍ ଲ୍ୟୁବ୍ରିକାଣ୍ଟର ଶଶୀ ଜି ବର୍ମା,ଓ ପ୍ରମୁଖ ସଦସ୍ୟ ପ୍ରଦ୍ୟୁତ୍ ଜୀ,ନୀତା ଜୀ,ପୁଜା ଜୀ ଅଭିନାଶ,ଜ୍ୟୋତି,ଲୁସି,ଅରୁଣ୍,ସୋନିଲି,ଭକ୍ତ ଜୀ,କନ୍ଦର୍ପ ଜୀ ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିଥିଲେ ।

loading...

Leave A Reply

Your email address will not be published.