Breaking

ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ

0

ଭୁବନେଶ୍ୱର:ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଭୁବନେଶ୍ୱର କ୍ରାଉନ୍ ହୋଟେଲ ନିକଟରେ ଏହି ବନ୍ଦ ପାଳନ କରାଯିବ ବୋଲି ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ଛୋଟ ଛୋଟ ରାଜନୈତିକ ଦଳମାନେ ଏଇ ଆନ୍ଦୋଳନ ପଛରେ ଛିଡ଼ା ହେବାକୁ ଆରମ୍ଭ କଲେଣି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓବିସି ଓ ସାଧାରଣ ବର୍ଗ ବିରୋଧୀ ଆଭିମୁଖ୍ୟର ତୀବ୍ର ସମାଲୋଚନା କରି ଏହାର ପ୍ରତି ଜିଲ୍ଲା ସ୍ତରରେ ଯଥାଶକ୍ତି ମୁକାବିଲା କରିବାକୁ ଅ ।ହ୍ୱାନ ଦେଇଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବିରୋଧୀ ଜାତିଭିତିକ ଆଇନ ରୁଦ୍ରନାରାୟଣ ସେନା ତା’ର ଦଳବଳ ନେଇ ରାସ୍ତାକୁ ଓହ୍ଲେଇବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.