Breaking

ଛାତି ଥରେଇବ ଓ୍ବେବସିରିଜ୍‌ ‘Barang 1999’

0

ଭୁବନେଶ୍ବର: ଛାତିଥରି ଘଟଣା l ଜଣେ ମହିଳାଙ୍କ ଲଢେଇ l ସବୁଦିନ ପାଇଁ ବଦଳି ଯାଇଛି ଓଡ଼ିଶାର ରାଜନୈତିକ ଦୃଶ୍ୟପଟ l ଆସୁଛି ଓ୍ବେବସିରିଜ୍‌ ‘Barang 1999’ l ଗ୍ୟାଙ୍ଗସ ଅଫ ପୁରୀ ତାପରେ ଓଖା ଏକ୍ସପ୍ରେସ ଆଉ ଏବେ ଓଡ଼ିଆ ଓଟିଟି କଞ୍ଚାଲଙ୍କା ପ୍ରସ୍ତୁତ କରୁଛି ଏହିଭଳି l ଆଜି ସୋସିଆଲ ମିଡିଆରେ ଏହାର ପୋଷ୍ଟର ରିଲିଜ ହୋଇଥିଲା ବେଳେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି l ପୋଷ୍ଟର ରିଲିଜ ଅବସରରେ ଯେତିକି ସୂଚନା ମିଳିଛି ଲାଗୁଛି ବହୁ ବର୍ଷ ତଳେ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିଲା ଯାହା ଉପରେ ଆଧାରିତ ଥାଇପାରେ ଏହି ଘଟଣା l ତେବେ ଆଗୁଆ ଆଲୋଚନା କରିବା ଠିକ ହେବନି କେବଳ ସମୟକୁ ଅପେକ୍ଷା କରିବାକୁ ପଡିବ l ଏହାର କାହାଣୀ ପରିକଳ୍ପନା ଦିଲ୍ଲୀପ ବିଷୋୟୀ କରିଥିଲାବେଳେ ଲେଖିଛନ୍ତି ସରୋଜ ମହାପାତ୍ର l ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଯୁବ ତଥା ଉଦୀୟମାନ ନିର୍ଦ୍ଦେଶକ ଅଜୟ ପାଢ଼ୀ l ଖୁବଶୀଘ୍ର ଏହା ପ୍ରସ୍ତୁତ ହୋଇ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି l

loading...

Leave A Reply

Your email address will not be published.