କାହିଁକି କଦଳୀ ପତ୍ରରେ ସ୍ୱାଦିଷ୍ଟ ଲାଗେ ଭୋଜନ?ଜାଣନ୍ତୁ ଏହାର ରହସ୍ୟ
କଦଳୀ ପତ୍ରରେ ଭୋଜନ କରିବାର ଧାରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଆପଣ ଦକ୍ଷିଣ ଭାରତର କୌଣସି ବି ବଡ଼ ହୋଟେଲକୁ ଗଲେ , ସେଇଠି ଯଦି ଆପଣ ଦକ୍ଷିଣ ଭାରତର ବ୍ୟଞ୍ଜନ ଅର୍ଡର କରନ୍ତି, ତା’ହେଲେ ଆପଣଙ୍କୁ ସେମାନେ କଦଳୀ ପତ୍ରରେ ହିଁ ଦେବେ । ବିଶେଷଜ୍ଞଙ୍କ କହିବାନୁସାରେ କଦଳୀ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏଥିରେ ଭୋଜନ କରିବା ଦ୍ୱାରା ଆପଣଙ୍କୁ ଅନେକ ଜୀବାଣୁଙ୍କ ସଂକ୍ରମଣରୁ ମୁକ୍ତି ମିଳିଥାଏ।
ଏହା ବ୍ୟତୀତ କୁହାଯାଇଛି ଯେ କଦଳୀ ପତ୍ରରେ ପାରମ୍ପରିକ ଉପାୟରେ ଭୋଜନ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଏକ ଭଲ ସଂପର୍କ ଗଢି ଉଠିଥାଏ । ଏକାଠି ବସି ଖାଇବା ପାଇଁ କାହା ପାଖରେ ସମୟ ନାହିଁ । ସେଥିପାଇଁ କଦଳୀପତ୍ରରେ ସପରିବାର ଭୋଜନ କଲେ ବହୁତ ଭଲ ଲାଗିଥାଏ । ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢେଇଥାଏ । ପୁଣି କଦଳୀ ପତ୍ର ଉପରେ ଏକ ପ୍ରକାରର ପ୍ରାକୃତିକ ଲେପ ଥାଏ, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢେଇ ଦେଇଥାଏ । ଆପଣ ମଧ୍ୟ ନିଜେ ଏହାକୁ ଅନୁଭବ କରିପାରିବେ, ଯଦି ଆପଣ କଦଳୀ ପତ୍ରରେ ଭୋଜନ କରିବେ । ଏଥିରେ ସହଜରେ ଖାଇପାରିବେ ଏବଂ ଫିଙ୍ଗିପାରିବେ ମଧ୍ୟ । ଏହା କରିବା ଦ୍ୱାରା ଆପଣଙ୍କ ବାସନ ମଧ୍ୟ ଅପରିଷ୍କାର ହେବନି ।
ବିଭିନ୍ନ କାମ କାର୍ଯ୍ୟରେ ମଧ୍ୟ କଦଳୀ ପତ୍ରର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ । ବାହାଘର ହେଉ ଅବା ବ୍ରତଘରରେ କଦଳୀ ପତ୍ର ବ୍ୟବହାର କରାଯାଇଥାଏ । ପୁରାଣ କାଳରୁ କଦଳୀକୁ ଶୁଭ ଭାବେ ବିବେଚନା କରାଯାଇଥାଏ ।