Breaking

ବଜାଜ ଫାଇନାନ୍ସ ଏଫଡି ସହିତ ଆପଣଙ୍କର ସଂଚୟ ସୁରକ୍ଷିତ ରହିବାର ୫ଟି କାରଣ

0

ଭୁବନେଶ୍ୱର: ଜୀବନର ବିଭିନ୍ନ ନିବେଶ ଲକ୍ଷ ସତ୍ୱେ ଅଧିକାଂଶ ବ୍ୟକ୍ତି ତାଙ୍କ ସଂଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ବଜାଜ ଫାଇନାନ୍ସର ଫିକ୍ସ ଡିପୋଜିଟ ବା ଏଫଡି ତାହାହିଁ ପ୍ରଦାନ କରିଥାଏ, ଯେଉଁଥିରେ ଆକର୍ଷଣୀୟ ସୁଧହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଥାଏ । ନିକଟରେ ଆରବିଆଇ ଦ୍ୱାରା ବଜାରରେ ଲିକ୍ୟୁଡିଟିକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ ସ୍ୱରୂପ ରେପୋ ରେଟକୁ ଗତବର୍ଷ ଅନେକ ଥର ହ୍ରାସ କରାଯାଇଛି । ଏହି କାରଣରୁ ବର୍ତମାନ ଏଫଡି ହାର ମାତ୍ର ୪ ରୁ ୬% ରହିଛି । ବର୍ତମାନର ବଜାର ଅବସ୍ଥାକୁ ତୂଳନା କଲେ ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ ୭.୨୫% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି । ଅଣ ବରିଷ୍ଠ ନାଗରୀକମାନେ ୭% ସୁଧହାରର ଲାଭ ଉଠାଇପାରିବେ, ଯେଉଁଥିରେ ବଜାଜ୍ ଫିନସର୍ଭ ୱେବସାଇଟ ଜରିଆରେ ଅନଲାଇନରେ ନିବେଶ କ୍ଷେତ୍ରରେ ୦.୧୦%ର ଅତିରିକ୍ତ ସୁବିଧା ରହିଛି । ବରିଷ୍ଠ ନାଗରୀକମାନେ ନିବେଶର ମାଧ୍ୟମ ନିର୍ବିଶେଷରେ ୭.୨୫%ର ଆଶ୍ୱସ୍ତ ରିଟର୍ଣ୍ଣ ସହିତ ତାଙ୍କର ସଂଚୟକୁ ବୃଦ୍ଧି କରିପାରିବେ ।

ତେବେ ଏହି ୫ଟି କାରଣ, ବର୍ତମାନ ସମୟରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ଏକ ନିରାପଦ ବିକଳ୍ପ ଭାବରେ ଉପସ୍ଥାପିତ କରୁଛି । ପ୍ରଥମେ ହେଉଛି ବଜାର ଫାଇନାନ୍ସ ଏଫଡିର ସର୍ବାଧିକ ନିରାପତା ରେଟିଂ ଏଫଏଏଏ କ୍ରିଜିଲ ଦ୍ୱାରା ଏମଏଏ ରେଟିଂ ଆଇସିଆରଏ ଦ୍ୱାରା ପ୍ରଦାନ କରାଯାଇଛି, ଯାହା ଆପଣଙ୍କ ସଂଚୟର ନିରାପଦ ଭାବେ ବୃଦ୍ଧିକୁ ସୁନିଶ୍ଚିତ କରିଥାଏ । ଦ୍ୱିତୀୟରେ ୨,୫୦,୦୦୦ ରୁ ଅଧିକ ଏଫଡି ଗ୍ରାହକଙ୍କ ବିଶ୍ୱାସ ଏହା ପ୍ରମାଣ କରିଥାଏ ଯେ ଆପଣଙ୍କର ଜମା ବଜାଜ ଫାଇନାନ୍ସ ଏଫଡି ସହିତ ସର୍ବଦା ସୁରକ୍ଷିତ । ତୃତୀୟରେ ବଜାଜ ଫାଇନାନ୍ସର ୨୩,୦୦୦କୋଟି ଟଙ୍କାର ଆକର୍ଷଣୀୟ ଜମା ବହି ରହିଛି, ଯାହାକି ପୁନଶ୍ଚ ଗ୍ରାହକଙ୍କ ବିଶ୍ୱାସକୁ ଦର୍ଶାଉଛି । ଚତୁର୍ଥରେ ଏହା ଏକମାତ୍ର ଏନବିଏଫସି ଯାହାର ‘୦ ଅଣଦୀକୃତ ଜମା’ ରହିଛି ଏବଂ ବଜାଜ ଫାଇନାନ୍ସ ଡିଫଲ୍ଟ-ମୁକ୍ତ ଅନୁଭବ ପ୍ରଦାନ ସହିତ ସମୟ ଅନୁସାରେ ପେମେଂଟ କରିଥାଏ । ପଂଚମରେ କମ୍ପାନୀର ଦୃଢ ପରିଚୟ ।

ଆପଣଙ୍କ ଜମା ଉପରେ ସର୍ବାଧିକ ସୁରକ୍ଷା ସହିତ ବଜାଜ ଫାଇନାନ୍ସ ମଧ୍ୟ ଆପଣଙ୍କୁ ଆପଣଙ୍କର ଘରେ ରହି ବଜାଜ ଫାଇନାନ୍ସ ଅନଲାଇନ ଏଫଡି ମାଧ୍ୟମରେ ନିବେଶ କରିବାର ସୁଯୋଗ ପ୍ରଦାନ କରୁଛି । ଆପଣ ୧୨ ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧିକୁ ବାଛି ପାରିବେ ଓ ନିବେଶ କରିବା ପୂର୍ବରୁ ଏଫଡି ରିଟର୍ଣ୍ଣ କାଲକୁଲେଟର ଜରିଆରେ ଆପଣଙ୍କ ରିଟର୍ଣ୍ଣ ବିଷୟରେ ମଧ୍ୟ ଜାଣିପାରିବେ । ଏହା ସହିତ ମାସିକ ଭାବରେ ସଂଚୟକୁ ବୃଦ୍ଧି କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ବାଜାଜ ଫାଇନାନ୍ସ ସିଷ୍ଟମାଟିକ ଡିପୋଜିଟ ପ୍ଲାନ(ଏସଡିପି)ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି । ଏହା ଏହି କ୍ଷେତ୍ରର ପ୍ରଥମ ସଂଚୟ ପ୍ଲାନ ଯାହାକି ମାସିକ ୫୦୦୦ଟଙ୍କା ଜମାରୁ ଆରମ୍ଭ ହେଉଥିବାବେଳେ, ଆପଣଙ୍କର ସଂଚୟକୁ ବ୍ୟାପକ ଭାବରେ ବୃଦ୍ଧି କରିଥାଏ ।

loading...

Leave A Reply

Your email address will not be published.