Breaking

ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରି ନିଜ ସଂଚୟ ବଢ଼ାନ୍ତୁ

0

ଭୁବନେଶ୍ୱର: ନିବେଶ କରିବା ସମୟରେ ବିନା ଲକ୍ଷରେ ବର୍ଷବର୍ଷ ଧରି ବଡ଼ ନିବେଶ କରିବା ପରିବର୍ତେ ଏକ ସଠିକ ନିବେଶ ମାଧ୍ୟମ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ । ଯାହାକି ଆପଣଙ୍କର ଆପଦ ବହନ କ୍ଷମତା, ରିଟର୍ଣ୍ଣ ଆଶା ଓ ଲିକ୍ୟୁଡିଟି ଆବଶ୍ୟକତା ସହିତ ଆର୍ଥିକ ଲକ୍ଷକୁ ପୂରଣ କରିପାରିବେ । ଆପଣ ଯଦି ସୁରକ୍ଷା ସହିତ ଆକର୍ଷଣୀୟ ରିଟର୍ଣ୍ଣ ଚାହୁଁଥାନ୍ତି ଏବଂ ନିଜର ଆର୍ଥିକ ଲକ୍ଷକୁ ପୂରଣ କରିବାକୁ ଚାହାଁନ୍ତି ତେବେ ବଜାଜ ଫାଇନାନ୍ସ ଅନ୍‌ଲାଇନ୍ ଏଫଡି ରେ ନିବେଶ କରିବା ଆପଣଙ୍କ ପାଇଁ ଏକ ସ୍ମାର୍ଟ ପସନ୍ଦ ହେବ ।
ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ ଏଫଡି ହାର ସହିତ ନିୟମିତ ବ୍ୟବଧାନରେ ପେଆଉଟ ପ୍ରଦାନ କରିଥାଏ । ବଜାଜ ଫିନସର୍ଭରେ ଥିବା ଏଫଡି ଇଂଟ୍ରେଷ୍ଟ କାଲକୁଲେଟର ମାଧ୍ୟମରେ ଆପଣ ସଠିକ ମାଚ୍ୟୁରିଟୀ ସବିଶେଷ ବିଷୟରେ ଜାଣିପାରିବେ ଯାହାକି ନିର୍ଦ୍ଧିଷ୍ଟ ଅବଧି, ପରିମାଣ ଓ ଏଫଡି ପ୍ରକାରକୁ ନେଇ ହିସାବ କରାଯାଇଥାଏ । ଏଥିରେ ଆପଣ ଆକର୍ଷଣୀୟ ଏଫଡି ରେଟ ପାଇପାରିବେ ଯାହାକି ବିଭିନ୍ନ ଅବଧି ପାଇଁ ପ୍ରଯୁଜ୍ୟ ଅଟେ । ଆପଣ ଆପଣଙ୍କ ଆର୍ଥିକ ଲକ୍ଷ ଓ ଳିକ୍ୟୁଡିଟି ଆବଶ୍ୟକତା ଅନୁସାରେ ନିଜର ଅବଧିକୁ ବାଛିପାରିବେ । ଆପଣଙ୍କର ଜମା ଉପରେ ସୁନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ସଂଚୟକୁ ସହଜରେ ବୃଦ୍ଧି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଜାଜ ଫାଇନାନ୍ସ ଅନଲାଇନ ଏଫଡି ଉପଯୁକ୍ତ । ଏହି ଏଫଡିରେ ଆପଣ କଂଟାକ୍ଟଲେସ ଅନଲାଇନ ପ୍ରକ୍ରିୟାରେ ଘରେ ଆରାମରେ ରହି ନିବେଶ କରିପାରିବେ । ଆପଣ ମଧ୍ୟ ଏଫଡି ଇଂଟ୍ରେଷ୍ଟ ରେଟସ୍ କାଲକୁଲେଟର ବ୍ୟବହାର କରିପାରିବେ ଯାହାକି ବଜାଜ ଫିନସର୍ଭ ୱେବସାଇଟରେ ଆପଣଙ୍କର ନିବେଶର ପ୍ଲାନିଂ ପାଇଁ ଉପଲବ୍ଧ ରହିଛି ।
ଏହି ଏଫଡି ସହାୟତାରେ ଆପଣ ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ ସୁଧ ଲାଭର ନମନୀୟତା ହାସଲ କରିପାରିବେ । ଏହି ବ୍ୟବସ୍ଥା ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ ଯେଉଁମାନେ ସଂଚୟରୁ ମାସିକ ଆୟର ଆଶା ରଖିଥାନ୍ତି । ଏହା ଏକ ଉଦ୍ୟୋଗରେ ପ୍ରଥମ ମାସିକ ସଂଚୟ ପ୍ଲାନ ଯାହାଦ୍ୱାରା ଆପଣ ସର୍ବନିମ୍ନ ମାସିକ ସଂଚୟ ଟ.୫୦୦୦ ସହିତ ଆପଣଙ୍କର ସଂଚୟକୁ ବୃଦ୍ଧି କରିପାରିବେ । ଆପଣ ମାସିକ ଭିତିରେ କିମ୍ବା ସମସ୍ତ ରିଟର୍ଣ୍ଣକୁ ଗୋଟିଏ ଦିନରେ ପାଇବାକୁ ବାଛିପାରିବେ । ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ କରିବା ସମୟରେ, ଆପଣ ସୁନିଶ୍ଚିତ ରିଟର୍ଣ୍ଣର ଆଶ୍ୱାସନା ପାଇଥାନ୍ତି କାରଣ ଏହି ଏଫଡିରେ ରହିଛି କ୍ରିଜିଲର ଏଫଏଏଏ ଓ ଆଇସିଆରଏ ର ଏମଏଏଏ ର ସର୍ବାଧିକ ରେଟିଂ । ଯଦି ଆପଣ ଦୀର୍ଘକାଳୀନ ଲକ୍ଷ ରଖିଥାନ୍ତି ତେବେ ଆପଣ ନିଜର ଜମାକୁ ନବୀକରଣ କରିପାରିବେ ଓ ଅତିରିକ୍ତ ୦.୧୦% ହାରର ଲାଭ ଉଠାଇ ପାରିବେ ।

loading...

Leave A Reply

Your email address will not be published.