ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ନିଧନ ପରେ ଏମ୍ସକୁ ନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କର ସୂଅ ଛୁଟିଛି। ଏବେ ତାଙ୍କର ମର ଶରୀରକୁ ତାଙ୍କର କୃଷ୍ଣାମେନନ ମାର୍ଗ ସ୍ଥିତ ବାସଭବନ ଅଣାଯାଉଛି।ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଦେଶର ସର୍ବତ୍ର ଜାତୀୟ ପତାକା ଅର୍ଦ୍ଧ ନିମିତ୍ତ ହୋଇ ଉଡ଼ିବା ସହ ସରକାରୀ ସ୍ତରରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ।ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ରଖାଯିବ। ଶୁକ୍ରବାର ଅପରାହ୍ନ ସାଢେ ୧ଟାରେ ବାଜପେୟୀଙ୍କ ଅନ୍ତିମ ଯାତ୍ରା ବାହାରିବ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’