Breaking

ଅସୋଚାମ ପକ୍ଷରୁ ଏଚ୍‌ଆର୍ ଲିଡ଼ର୍‌ଶିପ୍ କନ୍‌କ୍ଲେଭ୍‌

0

ଦ ଆସୋସିଏଟେଡ଼୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ସ୍ଥାନୀୟ ନିୟୁ ମ୍ୟାରିୟନ୍ ହୋଟେଲ୍ ଠାରେ ଏଚ୍‌ଆର୍ (ମାନବସମ୍ବଳ) ଲିଡ଼ର୍‌ଶିପ୍ କନ୍‌କ୍ଲେଭ୍ ଆଣ୍ଡ ଆୱାର୍ଡ଼ ୨୦୨୩ ଆସୋଚାମର ପ୍ରମୁଖ ସଦସ୍ୟ ଏବଂ ଏମ୍‌ଜିଏମ୍ ମିନେରାଲ୍‌ସ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଷ୍ଟାର୍ଟ ଅଫ୍ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଡ଼. ଓଁକାର ରାୟ, ବେଦାନ୍ତ ଲିମିଟେଡ଼୍ ସଭାପତି (ଓଡ଼ିଶା, ଛତିଶଗଡ଼) ତପନ କୁମାର ଚାନ୍ଦ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେଓ ଜୈଶୱାଲ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ଼୍‌ର ଗ୍ରୁପ୍ ହେଡ଼୍ ସିଏସ୍‌ଆର୍ ଏଜୁକେସନ୍ ସଷ୍ଟେନେବିଲିଟି ପ୍ରଶାନ୍ତ ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମାନ ସମ୍ବଳ ପରିଚାଳନା କ୍ଷେତ୍ରରେ ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନର ପରିବର୍ତ୍ତିତ ସମୟରେ ବାଣିଜ୍ୟ ଗୁଡ଼ିକ ସାମ୍ନାରେ ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଚକୁ ସାମ୍ନା କରିବା, ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ଲାଗି କୌଶଳ ବିକଶିତ କରିବା ଦିଗରେ ଶିଳ୍ପ ଅଂଶୀଦାରଙ୍କ ଏକ ପ୍ଲାଟଫର୍ମ ଯୋଗାଣ ଲକ୍ଷ୍ୟରେ ଏଭଳି କର୍ମଶାଳା ସହାୟକ ହେବ ବୋଲି ଅତିଥିମାନେ ମତ ରଖିଥିଲେ । କାର୍ଯ୍ୟକ୍ରମ ଅବସରରେ ଶିଳ୍ପରେ ଏଚ୍‌ଆର୍ (ମାନବସମ୍ବଳ)ର ପରିବର୍ତ୍ତିତ ଧାରା, ଶିଳ୍ପ ଲାଗି ଶ୍ରମଶକ୍ତି, ଶ୍ରମଶକ୍ତି ପରିଚାଳନା, ଡ଼ିଜିଟାଲିକରଣ, ବାଣିଜ୍ୟ କ୍ଷେତ୍ରରେ ଏସବୁର ପ୍ରଭାବ, ପରିଚାଳନା ଦକ୍ଷତା, ନୂଆ କୌଶଳ, ପରିବର୍ତ୍ତିତ ଧାରା ସହ ତାଳ ଦେଇ ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ଅତିଥି ଗୁରୁତ୍ୱାରୋପ କରିଥିଲେ । ସେହିଭଳି ବାଣିଜ୍ୟ କ୍ଷେତ୍ରରେ ମାନ ସମ୍ବଳରେ ନିବେଶ ବଢାଇବାକୁ ମଧ୍ୟ ଅତିଥି ଗୁରୁତ୍ୱ ଦେଇଥିଲେ । ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବିକାଶରେ ଏହି କର୍ମଶାଳା ବିଶେଷ ସହାୟକ ହେବ ବୋଲି ଅତିଥି ଆଶା ପ୍ରକଟ କରିଛନ୍ତି । ଏଚ୍‌ଆର୍ କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଆସୋଚାମ ଓଡ଼ିଶା ଶାଖାର ନୋଡ଼ାଲ୍ ଅଫିସର୍ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.