Breaking

ପୁଣି ହେବ ଏ ଏସ୍ ଆଇ ପରୀକ୍ଷା : ରାଜ୍ୟ ସରକାର ଙ୍କ ନିଷ୍ପତ୍ତି

୧୦୦ ନୁହେଁ ବରଂ ୨୦୦ ମାର୍କ ର ହେବ ପରୀକ୍ଷା ୭ ବର୍ଷ ରୁ ଅଧିକ କାର୍ଯ୍ୟ କରିଥିବା କନେଷ୍ଟବଳ ମାନେ ହେବେ ଯୋଗ୍ୟ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦୀର୍ଘ ୧୮ ବର୍ଷ ପରେ ପୁଣି ହେବ ବନ୍ଦ ରହିଥିବା ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର (ଏଏସ୍‌ଆଇ) ପଦବି ଲାଗି ପରୀକ୍ଷା। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥର ୧୦୦ ବଦଳରେ ୨୦୦ ମାର୍କର ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କଲେ ହିଁ ପ୍ରାର୍ଥୀ ପ୍ରଶିକ୍ଷଣ ନେଇ ଏଏସ୍‌ଆଇ ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ,୨୦୦୨ରେ ଶେଷ ଥରପାଇଁ ଏଏସ୍‌ଆଇ ପରୀକ୍ଷା ହୋଇଥିଲା। ପରେ କେବଳ ଏସି/ଏସ୍‌ଟି ବର୍ଗର କନଷ୍ଟେବଳମାନଙ୍କ ପାଇଁ ୨୦୧୧ ରେ ୧୦୦ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ୩୦ ପ୍ରତିଶତ ରଖି ପାସ୍‌ କରିଥିବା କନଷ୍ଟେବଳ ଓ ହାବିଲ୍‌ଦାର ମାନେ ପ୍ରଶିକ୍ଷଣ ନେବା ପରେ ଏଏସ୍‌ଆଇ ହୋଇଥିଲେ।

ନିୟମ ଅନୁଯାୟୀ ୭ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିବା କନଷ୍ଟେବଳମାନେ ଏହି ପରୀକ୍ଷାରେ ପାସ୍‌ କଲା ପରେ ଏଏସ୍‌ଆଇ ହେବେ ।

ପାଖାପାଖି ୧୮ ବର୍ଷରୁ ଅଧିକ ଦିନ ପରୀକ୍ଷା ବନ୍ଦ ହେବା ଫଳରେ ଶତାଧିକ କନେଷ୍ଟବଳ ଓ ହାବିଲଦାର ପଦୋନ୍ନତିରୁ ବଞ୍ଚିତ ରହିଥିଲେ। ଇତି ମଧ୍ୟରେ ଅନେକ ପ୍ରାର୍ଥୀ ଅବସର ମଧ୍ୟ ନେଇସାରିଲେଣି। ସେଥିପାଇଁ ପୂର୍ବରୁ ଏହି ପରୀକ୍ଷାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ପରୀକ୍ଷା ହୋଇପାରି ନଥିବା ହେତୁ ଏଏସ୍‌ଆଇ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ ହଜି ହୋଇଯାଇଥିଲା । ସେସବୁକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଏସ୍‌ଆଇ ପରୀକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାର ଏଥର ଅନେକ ସୁଧାର ଆଣିଛନ୍ତି। ପୂର୍ବରୁ ଥିବା ୧୦୦ ମାର୍କ ପରୀକ୍ଷକୁ ୨୦୦ ମାର୍କକୁ ବୃଦ୍ଧି କରାଯାଇଛି । ଏହି ୨୦୦ ମାର୍କ ମଧ୍ୟରେ ସିଆରପିସି, ଆଇପିସି, ଆଇନ, ଓଡିଆରୁ ଇଂରାଜୀ ଓ ଇଂରାଜୀରୁ ଓଡିଆ ଅନୁବାଦ ସହ ସାଧାରଣ ଜ୍ଞାନ ବିଷୟ ରହିବ। ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା କନଷ୍ଟେବଳଙ୍କୁ ତାଲିମ ନେଲା ପରେ ଏଏସ୍‌ଆଇ ପଦବିରେ ନିଯୁକ୍ତି ମିଳିବ ।

ଯେଉଁ କନଷ୍ଟେବଳମାନେ ୭ ବର୍ଷରୁ ଅଧିକ ଚାକିରି କରିଥିବେ ସେମାନେ ହିଁ ପରୀକ୍ଷା ଦେଇ ପାରିବେ । ତେବେ ପରୀକ୍ଷାର ତାରିଖ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

loading...

Leave A Reply

Your email address will not be published.