Breaking

ଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନ

0

ଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳିତ(5th National Naturopathy Day. 2022) ହୋଇଯାଇଅଛି।
ସଙ୍ଘଠନ ର ଆବାହକ ଉପସଭାପତି- ଯୋଗାଚାର୍ଯ୍ୟ ଡଃ ଆୟସକାନ୍ତ ଦାଶଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।‌ ସଙ୍ଘଠନ ର ସଭାପତି ଯୋଗାଚାର୍ଯ୍ୟ ବନମାଳୀ ରଥ ଓ ମୁଖ୍ୟ ଅତିଥି – ଡଃ ମିଲିନ୍ଦ ପରାସରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ସାଧାରଣ ସମ୍ପାଦକ ଯୋଗାଚାର୍ଯ୍ୟ ମନୋଜ କୁମାର ମୁଖାର୍ଜୀଙ୍କ ଓ ରାଜ୍ୟ କୋଷାଧ୍ୟକ୍ଷ ଯୋଗାଚାର୍ଯ୍ୟ ଅଜିତ କୁମାର ନାୟକ ଙ୍କ ଦିଗଦର୍ଶନ ରେ ଏହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସୋଭାମଣ୍ଡିତ କରିଥିଲେ , ସେଥିମଧ୍ୟରୁ ଅଶ୍ୱିନ କୁମାର ପତି, ବିମଳ କୁମାର ମହାପାତ୍ର ଓ ଇଷାରା କୁମାରୀ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ସର୍ବଶେଷରେ ଯୋଗାଚାର୍ଯ୍ୟ ମନୋଜ କୁମାର ମୁଖାର୍ଜୀ ଏହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

loading...

Leave A Reply

Your email address will not be published.