Breaking

ଓ୍ବିସ୍ ଅନୁଷ୍ଠାନର ବାର୍ଷିକ ଉତ୍ସବ

0

ଭୁବନେଶ୍ବର: ଓଡିଶାର ଅଗ୍ରଣୀ ଅନୁଷ୍ଠାନ ଓ୍ବିସର ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ବିଭିନ୍ନ ସଚେତନେତା ମୂଳକ କାର୍ଯ୍ୟକ୍ରମ କରିଆସିଛି।ସେଥିମଧ୍ୟରୁ ବୃକ୍ଷରୋପଣ,କନ୍ୟା କିରଣ,ବୃଦ୍ଧମାନଙ୍କ ରକ୍ଷଣା ବେକ୍ଷଣ ଓ ବିସ୍ତିରେ ଆବଶ୍ୟକ ଦ୍ରବ୍ୟ ଓ ଲୁଗାପଟା ବଣ୍ଟନ କରିଆସୁଛି।ଯେଉଁ ପ୍ରତିଭାମାନେ ଦେଶକୁ କିଛି ନିସ୍ବାର୍ଥପର ଭାବରେ କାମ କରି ଦେଖାଇଛନ୍ତି ସମସ୍ଥଙ୍କ ପାଖରେ ସେ ଉଦାହରଣ ପାଲଟି ଯାଇଛନ୍ତି।ସେମାନଙ୍କୁ ଲୋକଲୋଚନକୁ ଆଣିବା ଓ୍ବିସ୍ ଅନୁଷ୍ଠାନର ମୂଖ୍ୟ ଉଦେଶ୍ୟ ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅନୁସୃତା ସିଂହ ଦେଓ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଭୂୟଂସୀ ପ୍ରଶଂସା କରିବା ସହ ସହଯୋଗର ହାତ ବଢାଇଥିଲେ।ଏହି କାର୍ଯ୍ୟକ୍ରମକୁ ଡ ଦେବଦତ୍ତ ସିଂହ ଦେଓ,ଶରତ କୁମାର ସାମନ୍ତରାଏ,ପରଶୁରାମ ଜେନା,ପଦ୍ମା ସିଂହ ଦେଓ,ସୌଭାଗ୍ୟବତୀ ଜେନା,ସୁଚସ୍ମିତା ମହାନ୍ତି,ପଙ୍କଜିନି ସିଂହ ଦେଓ,ଦୀପିକା ମହାନ୍ତି,ରୋହିନି ସିଂହ ଦେଓ,ଶାନ୍ତିଲତା ପାଲ,ମୟୁରାକ୍ଷୀ ଦାସ,ପ୍ରମିଳା ପରିଡା ପ୍ରମୁଖ ହାତ ବଢାଇଥିଲେ।ଏହି କାର୍ଯ୍ୟକ୍ରମରେ ମହାମାନ୍ୟ ଗୁରୁଜୀ କୁମାରନ୍ ସ୍ବାମୀ, ଅଭିନେତା କୁନା ତ୍ରିପାଠୀ,ମେୟର ଅନନ୍ତ ନାରାୟଣ ଜେନା,ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,ଇଂ ସୁଜିତ୍ କୁମାର,ଶ୍ରୀମତୀ ଅରୁନ୍ଧତୀ ଦେବୀ,ପଦ୍ମଶ୍ରୀ ଡଃ ରବି ବସ୍ତିଆ ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।

ଏହି ସଭାରେ ବିକାଶ ବାର୍ଷିକ ପତ୍ରିକା ଉନ୍ମୋଚନ କରାଯାଇଥିଲା।ମଧୁରମୟୀ ଅନ୍ତେବାସୀଙ୍କ ମାନଙ୍କଦ୍ବାରୀ ସମ୍ବଲପୁରୀ ନୃତ୍ୟ ପରିବେଶଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବନ୍ଦେ ଉତ୍କଳ ଜନନୀ ଗୀତରେ ନୃତ୍ୟ କରିଥିଲେ ଅନୁଷ୍ଠାନର ସଂପାଦିକା ରୋହିନୀ ସଂହ ଦେଓ।ଶେଷରେ ପ୍ରିୟଙ୍କା ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

loading...

Leave A Reply

Your email address will not be published.