ଭୂବନେଶ୍ବର : ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଅଙ୍କ କଷା ଛିଡୁନି ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଥିପାଇଁ ବିଡିଏରେ ଯୋଗ ଦେଇନଥିଲେ। ଅତିରିକ୍ତ ଭୁବନେଶ୍ବର ଜିଲ୍ଲା ଓ ସମ୍ପାଦକ ଦାୟିତ୍ବରେ ବି ସେ ସନ୍ତୁଷ୍ଟ ନୁହନ୍ତି। ଅନନ୍ତ ଜଣେ ଭଲ ସଙ୍ଗଠକ ତାଙ୍କ ପାଖରେ ୨୫ରୁ ଉର୍ଦ୍ଧ୍ବ କର୍ପୋରେଟର ଅଛନ୍ତି।ଯାହାଙ୍କୁ ନେଇ ସେ ବାରମ୍ବାର ଗୁପ୍ତ ବୈଠକ କରୁଥିଲେ କିନ୍ତୁ ଆଜି ଏକ ପାର୍କରେ ଖୋଲାଖୋଲି ଆଲୋଚନା ହୋଇଥିଲା ବୋଲି ଶୁଣିବାକୁ ମିଳୁଛି । କର୍ପୋରେଟର ମାନେ ଦୃଢ ସମର୍ଥନ ଜଣାଇ ତାଙ୍କ ସାଥିରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଖବର ମିଳୁଛି। ଆଇଆରସିରେ ରହୁଥିବା ବିଜେପି ନେତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ବୁନୁ ଖୁବ ଶୀଘ୍ର ବିଜେପିରେ ଜଏନ କରିବେ | ଏହି ଖବର ଚର୍ଚ୍ଚା ହେଉଛି | କେତେ ସତ କେତେ ମିଛ ତାହା ବୁନୁଙ୍କୁ ଜଣା ଆଉ ଆଗାମୀ ସମୟ କହିବ । ହେଲେ ଏବେ ଯେଉଁ ଋତୁ ଚାଲିଛି ନା କେତେବେଳେ କଣ ଘଟିବ, କିଏ କେଉଁଠିକୁ ଯିବ କାହାକୁ କଣ ବାସିବ ତାହା କହିବା କଷ୍ଟକର | ସେ ବିଜେପିରେ ଯାଇ ଉତ୍ତର କିମ୍ବା ମଧ୍ୟ ନିର୍ବାଚନ ମଣ୍ଡଳୀରେ ଠିଆ ହେବେ ବୋଲି ଚର୍ଚା | ଯଦି ଚର୍ଚ୍ଚାରେ କିଛିଟା ସତ୍ୟତା ଥାଏ ତେବେ ବୁନୁ ବିଜେପିକୁ ଗଲେ ନିଃସନ୍ଦେହରେ ତିନୋଟି ଆସନ ବିଜେପି ଖାତାକୁ ଚାଲି ଯାଇପାରେ । କାରଣ ବୁନୁ ଓ ସେ ଜଣେ ଜଣେ ଭଲ ସଂଗଠକ । ଭୁବନେଶ୍ୱର ଉତ୍ତର ରେ ସେ ନିଜ ପାଇଁ ଭଲ ବେସ ବି କରିଛନ୍ତି । ହେଲେ ବିଜେପି କେତେଦୂର ଦୁଇଟି ବିବାଦୀୟ ମାମଲାରେ ଛନ୍ଦି ହୋଇଥିବା ବୁନୁଙ୍କୁ ଗ୍ରହଣ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha