Breaking

ପୂର୍ବତନ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଙ୍କ ଦ୍ଵାରା “ଆମ ଜନଜାତି” ଦ୍ବିତୀୟ ସଂସ୍କରଣ ଲୋକାର୍ପିତ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା “ଆମ ଜନଜାତି”ର ଦ୍ବିତୀୟ ସଂସ୍କରଣ ଆଜି ମଧ୍ଯାହ୍ନରେ ଲୋକାର୍ପିତ ହୋଇଛି। ଉତ୍ତରଓଡ଼ିଶାର ଗଣପର୍ବ ମକର ସଂକ୍ରାନ୍ତି ତଥା ଟୁସୁ ପର୍ବ ପରିପ୍ରେକ୍ଷୀରେ ଦ୍ବିତୀୟ ସଂସ୍କରଣ ପ୍ରକାଶିତ ହୋଇଛି। ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ ରେ ଉନ୍ମୋଚନ କରାଯାଇଥିଲା। ଭାରତର ପ୍ରଥମ ତଥା ପୂର୍ବତନ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ପତ୍ରିକାର ଲୋକାର୍ପଣ କରିବା ସହ ‘ଶୁଭଦୃଷ୍ଟି’ ର ଏହି ଅଭିନବ ପ୍ରୟାସ କୁ ସ୍ବାଗତ କରିଛନ୍ତି ଏବଂ ଏଥିରେ ସଂପୃକ୍ତ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି l

ଶୁଭଦୃଷ୍ଟି ଦ୍ବାରା ପ୍ରକାଶିତ ହୋଇଥିବା ଆମ ଜନଜାତି ଡ଼ିଜିଟାଲ ପତ୍ରିକା ଓଡ଼ିଶାରେ ରହୁଥିବା ୬୨ ପ୍ରକାର ଜନଜାତିଙ୍କ ଲୋକକଥା, ସଂସ୍କୃତି, ପରମ୍ପରା, ଜୀବନଶୈଳୀକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ଯରେ ପ୍ରକାଶିତ କରାଯାଇଛି। ଟ୍ରାଇବାଲ ଫ୍ରେଣ୍ଡସ ଓଡ଼ିଶା, ଇଣ୍ଡିଜେନସ ହେରିଟେଜ ଟେଲସ ଏବଂ ଶୁଭଦୃଷ୍ଟିର ମିଳିତ ଉଦ୍ଯମରେ ପ୍ରସ୍ତୁତ ହୋଇଥିବା ଏହି ଡ଼ିଜିଟାଲ ପତ୍ରିକାରେ ଟୁସୁ ପର୍ବ, ଓଡ଼ିଶାରେ ଜନଜାତି ମହିଳାଙ୍କ ସ୍ଥିତି, ଆଦିବାସୀଙ୍କ ଧର୍ମ, ବାଥୁଡ଼ି ଲୋକଗୀତ ଇତ୍ଯାଦି ପ୍ରସଙ୍ଗ ସ୍ଥାନିତ ହୋଇଛି। ଆମ ଜନଜାତି ର ପ୍ରଥମ ସଂସ୍କରଣ ପ୍ରସ୍ତୁତିରେ ସାହାଯ୍ୟ କରିଥିବା ଟ୍ରାଇବାଲ ଫ୍ରେଣ୍ଡସ ଓଡ଼ିଶା ର ଦିବଂଗତ ପରିଚାଳନା ସମ୍ପାଦକ ମହର୍ଷି ରଞ୍ଜନ ଶବରଙ୍କ ସ୍ମୃତିଚାରଣ କରାଯିବା ସହ ସାନ୍ତାଳୀ ସାହିତ୍ଯରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖକ ଗୋବିନ୍ଦ ମାଝୀ ଓ ଭାରତୀୟ ହକି ଦଳର କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ ସ୍ମୃତିରେ ସ୍ବତନ୍ତ୍ର ଅନୁଚ୍ଛେଦ ପ୍ରକାଶ ପାଇଛି।

ମାଳତୀ କହଁରଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ଆମ ଜନଜାତି ର ଦ୍ବିତୀୟ ସଂସ୍କରଣ। ଏଥି ସହିତ ତାଙ୍କୁ ସମ୍ପାଦନାରେ ସହଯୋଗ କରିଛନ୍ତି ଶୁଭଦୃଷ୍ଟିର ପ୍ରତିଷ୍ଠାତା ସମ୍ପାଦକ ଏ ପି ଶୁଭକାନ୍ତ ଏବଂ ବିଶିଷ୍ଟ ଯୁବ ସ୍ତମ୍ଭକାର ଅଂଶୁମାନ ମହାରଣା। ଚିତ୍ରଶିଳ୍ପୀ ଶାଶ୍ବତ ଦେବଦତ୍ତ ପତ୍ରିକାର ପ୍ରଚ୍ଛଦରେ ପ୍ରକାଶିତ ଟୁସୁଦେବୀଙ୍କର ଚିତ୍ର ଅଙ୍କନ କରିଛନ୍ତି। ପତ୍ରିକାଟି ଲୋକାର୍ପିତ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଆପଣ ମାନେ ଏହି ପତ୍ରିକାଟି bit.ly/AmaJanajaati2 ସାଇଟରେ ଯାଇ ପଢିପାରିବେ।

loading...

Leave A Reply

Your email address will not be published.