ଭୁବନେଶ୍ୱର:ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହାଦ୍ୱାରା ମହିଳାମାନେ ଡିଜିଟାଲ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ପର୍ଯ୍ୟାୟକ୍ରମେ ସଫଳ ହେବାରେ ଲାଗିଛି । ଯେଉଁଥିପାଇଁ ମହିଳାଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏଥିସହ ସେ ରାଜ୍ୟରେ ମହିଳାଙ୍କ ଜୀବନ ଧାରଣ ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର ହ୍ରାସ ପାଇଛି ବୋଲି ମତ ଦେଇଛନ୍ତି।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story