Breaking

ଏଣିକି ରାତିରେ ମିଳିବ ୫ ଟଙ୍କିଆ ଆହାର : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପୌରାଞ୍ଚଳ ଥିବା ଡାକ୍ତରଖାନା ମାନଙ୍କ ନିକଟରେ ବର୍ତ୍ତମାନ ୫୪ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଦୂର ସ୍ଥ।।ନରୁ ଲୋକମାନେ ମାତ୍ର ୫ ଟଙ୍କାରେ ଆହାର କେନ୍ଦ୍ରରୁ ଦିବା ଭୋଜନ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଏବଂ ଡାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସଂପର୍କୀୟ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତ୍ରିଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । ଏତଦବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ପୃକ୍ତ କରିବା ଉଦ୍ଦେଶ୍ୟରେ ଅନ୍ ଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବର୍ଷିକୀ ଏବଂ ଶ୍ରାଦ୍ଧ ଆଦି ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁୁ ଖାଇବାକୁ ଦେଇପାରିବେ । ଏଥିିପାଇଁ କେବଳ ଅନ୍ ଲାଇନରେ ଦାନ ଗ୍ରହଣ କରାଯିବ ।ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯିବ । ଏହାଛଡା ଆହାର କେନ୍ଦ୍ର ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିଚ୍ଛନତାର ନିୟମିତ ତଦାରଖ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

loading...

Leave A Reply

Your email address will not be published.