Breaking

ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର

0

ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍‌ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ।୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ । କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେବା ମାମଲାରେ ଗତ ଅକ୍ଟୋବର ୨୩ ତାରିଖରେ ଗିରଫ ହୋଇଥିଲେ ଅଭିଜିତ ଆୟର ମିତ୍ର । ଏନେଇ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ତାଙ୍କ ନାଁରେ ରୁଜୁ ହୋଇଥିଲା ମାମଲା ।

loading...

Leave A Reply

Your email address will not be published.