Breaking

ଐତିହ୍ୟକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଲିଙ୍ଗରାଜ ମନ୍ଦିର’

0

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ଆସୁଛି ଆସୁଛି ନୂଆ ସିନେମା ‘ଲିଙ୍ଗରାଜ ମନ୍ଦିର’ l ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି l ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି l ଖାଲି ସେତିକି ନୁହେଁ ଏକ ନିଆରା ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି l ମିଳିଥିବା ସୂଚନା ଅନୁସାରେ କାହାଣୀରେ ଲିଙ୍ଗରାଜ ମନ୍ଦିର ନିକଟ ଖୋଳିବା ସମୟରେ ଏକ ପଥର ମୂର୍ତ୍ତୀ ମିଳୁଛି l ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତୀର ପ୍ରାଚୀନ ଇତିହାସ ଜଣାପଡୁଛି l ମୂର୍ତ୍ତୀଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ l ତେବେ ଏଥିରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଛି l ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି l ୬ଟି ଗୀତ ରହିଥିବାବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଦକ୍ଷିଣୀ ସିନେମାର ନିର୍ଦ୍ଦେଶକ ରବି ରୟାଲ l ଏ ସଞ୍ଜୁଙ୍କ ନିବେଦିତ ଏହି ସିନେମାରେ ରାଜଶେଖର ଏମ ପ୍ରଯୋଜକ ଥିବାବେଳେ ୱାଇ ରେଡ୍ଡୀ କ୍ୟାମେରା, ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରଡକ୍ସନ ଡିଜାଇନର ଓ ପ୍ରଣୟ ଜେଠି କ୍ରିଏଟିଭ ହେଡ ଅଛନ୍ତି l ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ l ଭୁବନେଶ୍ୱର, ଗଡ଼ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସୁଟିଂ ହେବ l ଏହାର ନାୟିକା ଭୂମିକାରେ ଭୂମିକା ଚୁକ୍ତିବଦ୍ଧ ହୋଇଥିବାବେଳେ ଅନ୍ୟାନ୍ୟ ଚରିତ୍ର ପାଇଁ ଖୁବଶୀଘ୍ର ବଲିଉଡ ଓ ଓଲିଉଡରୁ କଳାକାରମାନଙ୍କୁ ଚୟନ କରାଯିବ l

loading...

Leave A Reply

Your email address will not be published.