Breaking

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ଜାଣନ୍ତୁ କାହିଁକି ଓ କେମିତି ପାଳିବେ ପଣାସଂକ୍ରାନ୍ତି

0

ପୁରୀ(ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡ଼ିଆ ନବବର୍ଷ। ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପରେ ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ। ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି।
ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ୱରରେ ପଣା ସଂକ୍ରାନ୍ତି ମଧ୍ୟ ପାଳନ କରାଯାଉଛି। ବିଭିନ୍ନ ଆଖଡ଼ାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ କୁସ୍ତି ଯୋଦ୍ଧାମାନେ କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି। ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଆଜିଠାରୁ ଆରମ୍ଭ ହେବ। ପଣା ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ଶେଷ ହୋଇଥାଏ।
ଆଜି ହେଉଛି ବିଷୁବ ସଂକ୍ରାନ୍ତି। ଏହାକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏଦିନ ସୂର୍ଯ୍ୟ ବିଶୁବ ରେଖାରେ ଅବସ୍ଥାନ କରିଥାନ୍ତି। ୧୨ଟି ରାଶି ଓ ୧୨ଟି ସଂକ୍ରାନ୍ତି ମଧ୍ୟରେ ଚାରୋଟି ମୁଖ୍ୟ ସଂକ୍ରାନ୍ତି ରହିଛି। ଏଥିରୁ ସର୍ବଶ୍ରେଷ୍ଠ ପଣା ସଂକ୍ରାନ୍ତି । ମୁଖ୍ୟତଃ ଦକ୍ଷିଣାୟନ ସଂକ୍ରାନ୍ତି , ଗର୍ଭଣା ସଂକ୍ରାନ୍ତି ଆଉ ମକର ସଂକ୍ରାନ୍ତିର ଅଧିକ ପ୍ରାଧାନ୍ୟ ରହିଛି। ପଣାସଂକ୍ରାନ୍ତିରେ ମହାବୀର ହନୁମାନ ଜନ୍ମ ଗ୍ରହଣ କରିଥିଲେ।ତେଣୁ ଏହି ଦିନ ହନୁମାନଙ୍କ ପୂଜା କରାଯାଏ। ତେବେ ପଣା ସଂକ୍ରାନ୍ତିର ସ୍ୱତନ୍ତ୍ରତା ଅନେକ ରହିଛି। ଏଦିନ କିଛି କାର୍ଯ୍ୟ କରିବା ଦ୍ୱାରା ଜୀବନରେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
୧-ମହା ବିଷୁବ ସଂକ୍ରାନ୍ତିରେ ଜଳ, ତିଳ ଅର୍ପଣ କଲେ ବର୍ଷ ସାରା ନିରୋଗ ରହିବେ। ତେଣୁ ଏହି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

୨-ତୁଳସୀ ଗଛରେ ଠେକି ଲଗାଇ ଜଳ ଭରନ୍ତୁ।

୩- ଆଜିର ଦିନରେ ଆମ୍ୱପତ୍ରର ତୋରଣ କରି ଦାଣ୍ଡ ଦୁଆରରେ ବାନ୍ଧନ୍ତୁ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ।

୪-ଘର ଅଗଣାରେ ଗୋବର ପାଣି ଛିଞ୍ଚନ କରନ୍ତୁ। ଏହା ଘର ପାଇଁ ଶୁଭ ହୋଇଥାଏ

loading...

Leave A Reply

Your email address will not be published.