Breaking

ଆଖି ବୁଜିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ମିଶ୍ର

0

ଦିଗପହଣ୍ଡି: ଗୋଆ ମୁକ୍ତି ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ଦିଗପହଣ୍ଡି ସହରର ସ୍ୱାଧିନତା ସଂଗ୍ରାମୀ ନେତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର(୮୫)ଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ଗଳା କର୍କଟ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାନବ୍ରାହ୍ମଣ ସାହି ସ୍ଥିତ ନିଜ ବାସଭବନରେ ତାଙ୍କରି ଦେହାନ୍ତ ଘଟିଛି । ଦିଗପହଣ୍ଡିର ବିଭିନ୍ନ ଅନୁଷ୍ଠାନ ସହ ସେ ଜଡିତ ଥିବା ବେଳେ ବଡଖେମୁଣ୍ଡିର କଳା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସଂଗ୍ରାମୀ ନେତା ମିଶ୍ରଙ୍କର ଦେହାନ୍ତ ଖବର ପ୍ରଘଟ ହେବା ପରେ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ତାଙ୍କ ବାସଭବନରେ ଭିଡ ପରିଲଖିତ ହୋଇଥିଲା । ସମସ୍ତେ ସଂଗ୍ରାମୀ ନେତା ମିଶ୍ରଙ୍କର ଅନ୍ତିମ ଦର୍ଶନ କରିବା ଶ୍ରଦ୍ଧା ସୁମନ ଜଣାଇଥିଲେ । ପରେ ମର ଶରୀରକୁ ସହରସ୍ଥିତ ଶ୍ମସାନରେ ସଂସ୍କାର କରାଯାଇଥିଲା । ମୃତ୍ୟୁ ବେଳକୁ ଧର୍ମ ପତ୍ନୀ ସୁଷମା ମିଶ୍ର, ପୁତ୍ର ଭଗବତୀ ପ୍ରସାଦ ମିଶ୍ର, ରାମନନ୍ଦନ ମିଶ୍ର, ଝିଅ କ୍ରୀଷ୍ଣା ଦେବୀଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.