Breaking

ଆହାରକୁ କେନ୍ଦ୍ର କରି ପ୍ରହାର

କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଗୁଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଚିନ୍ତା ନାହିଁ ଓ ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଥିବାବେଳେ ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତ ଓ ରାଜ୍ୟ ସରକାର ଆର୍ଥିକ ବୋଝ ଉଠାଉଛନ୍ତି। ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ କେନ୍ଦ୍ର ସରକାର ସହାୟତା କରିଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା । ପ୍ରାକୃତିକ ବିପର୍ଯ୍ୟୟ ହୁଡହୁଡ ତିତିଲି ସମୟରେ କେହି ଆସିଲେନି, ଆମେ ଲୋକଙ୍କ ସହ ଠିଆ ହୋଇ ରହି କାମ କଲୁ। ନିର୍ବାଚନ ପାଖଉଥିବାରୁ କେନ୍ଦ୍ରୀୟ ନେତା ଭୋଟ୍ ମାଗିବାକୁ ଆସୁଛନ୍ତି କହି କଟାକ୍ଷ କରିଛନ୍ତି ନବୀନ। ଶେଷ ନିଶ୍ୱାସ ଥିବା ଯାଏଁ ଲୋକଙ୍କ ସେବା କରିବୁ ଓ ରାଜ୍ୟର ବିକାଶରେ କାମ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନବୀନ।

loading...

Leave A Reply

Your email address will not be published.