Breaking

ପରପାରିରେ ବାସୁଦେବ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା କାରଣରୁ କଟକର ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ନିଧନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବାସୁଦେବ ରଥଙ୍କ ଅବଦାନ ଅବିସ୍ମରଣୀୟ । ଅନେକ ସୁପରହିଟ୍ ଗୀତର ସ୍ରଷ୍ଟା ଥିଲେ ବାସୁଦେବ। ସ୍ୱର୍ଗତ ବାସୁଦେବ ରଥ ୧୨ ହଜାର ଗୀତର କମ୍ପୋଜ କରିଥିଲେ । ୧୫୦ଟି ଓଡ଼ିଆ ଫିଲ୍ମ ଓ ୩୦୦ ଆଲବମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ କାର୍ଯ୍ୟ କରିଥୂିଲେ ସ୍ୱର୍ଗତ ବାସୁଦେବ ରଥ ।ବାସୁଦେବଙ୍କ ନିଧନ ନିଶ୍ଚିତ ରୂପେ ଓଡିଆ ସିନେ ଜଗତ ପାଈ ଏକ ଅପୂରଣୀୟ କ୍ଷତି।

loading...

Leave A Reply

Your email address will not be published.