Breaking

ସହିଦଙ୍କ ପାଇଁ ହୃଦୟ ଖୋଲି ଦେଲେ ନବୀନ

0

ଭୁବନେଶ୍ୱର :ଜାମ୍ମୁ-କାଶ୍ମୀରର ପୁଲାୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ୨ଜଣ ଓଡିଆ ସହିଦ ଯବାନଙ୍କ ବିୟୋଗରେ ରାଜ୍ୟସରକାର ପୂର୍ବରୁ ସେମାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଏହି ରାଶିକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ରାଜ୍ୟ ସରକାର ସହିଦ ଯବାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଯେଉଁ ସ୍କୁଲରେ ସହିଦ ଯବାନ ଦୁଇଜଣ ପାଠପଢ଼ୁଥିଲେ ସେହି ସ୍କୁଲକୁ ତାଙ୍କ ନାମରେ ନାମିତ କରାଯିବ ।ଆହୁରି ମଧ୍ୟ ସହିଦ ଯବାନ ୨ ଜଣ ରହୁଥିବା ପଞ୍ଚାୟତକୁ ମଧ୍ୟ ମଡେଲ ପଞ୍ଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

loading...

Leave A Reply

Your email address will not be published.