ଚନ୍ଦ୍ରଶେଖରପୁର : ବଙ୍ଗିୟ ଅଭିନେତ୍ରୀ ଏଲସା ନିକଟରେ ଓଲିଉଡ଼୍’ରେ ପାଦ ଥାପି ‘ତୁ ମୋ’ସୁନା ଚଢ଼େଇ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିବାପରେ ଏବେ ଅଣ୍ଟା କସିଛନ୍ତି ଦ୍ବିତୀୟ ଅବଦାନ ପାଇଁ। ଆଧୁନା ଫିଲ୍ମ ଆଣ୍ଡ୍ ଏଣ୍ଟର୍ ଟେମେଣ୍ଟ୍ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଡ଼୍ରିମ୍ ଗାର୍ଲ’ର ଆଜି ଫାଷ୍ଟଲୁକ୍ ପୋଷ୍ଟର୍ ରିଲିଜ୍ ହେବାପରେ ପ୍ରେମ ଦିବସ(ଭେଲନ୍ ଣ୍ଟାଇନସ୍)କୁନେଇ ଏଲସା ରୋମାଣ୍ଟିକ୍ ର ଏକ ନୂଆ ପରିଭାଷାର ସ୍ବାଦ ଦେବେବୋଲି ପ୍ରକାଶ କରିଛନ୍ତି। ପୂର୍ବ ଚଳଚ୍ଚତ୍ରରେ ସେ ଅତ୍ୟନ୍ତ ସୁନ୍ଦର ଅଭିନୟକରି ଓଡ଼ିଶାର କୋଟକୋଟି ଦର୍ଶକଙ୍କ ପ୍ରଶଂସା ସାଉଁଣ୍ଟିଥିବା ବେଳେ ବିଭିନ୍ନ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ତାଙ୍କୁ ଅନେକ ବଧାଇ ମିଳିଥିଲା। ଫଳରେ ଓଡ଼ିଆ ପ୍ରଯୋଜକ ତାଙ୍କୁ ନେଇ ଆଉ ଅନେକ ଚଳଚ୍ଚିତ୍ର କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ‘ଡ଼୍ରିମ୍ ଗାର୍ଲ’ର ନିର୍ଦେଶକ ରାକେସ୍ ସାମଲ୍ ଏଲସାଙ୍କୁ ନେଇ ରୋମାଣ୍ଟିକ୍, ଆକ୍ସନ୍ ଓ ସସ୍ପେନସ୍ ଚଳଚ୍ଚିତ୍ର କରିବେବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଗାମି ଦିନରେ ଏଲସା୍ଙ୍କ ହାତରେ ଆଉ ୩ଟି ଓଡ଼ିଆ ଚଳଚ୍ଚିତ୍ର ରହିଛି ବୋଲି ସୂଚନା ମିଳିଛି। ଏଲସା୍ ତାଙ୍କ ପୂର୍ବ ଚଳଚ୍ଚିତ୍ର ‘ତୁ’ମୋ’ସୁନା ଚଢ଼େଇ’ରେ ନିର୍ଦେଶକ ଦୀଲ୍ଲିପ୍ ପଣ୍ଡାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିବା ବେଳେ ତାଙ୍କୁ କିଛି ଟେକ୍ନିସିଆନ୍ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରାଇଦେବେ ନାହିଁ ବୋଲି ଧମକ ଦେଇଥିବା ସୂଚନା ମଳିଥିଲା।
Breaking
This World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAR