ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଓଡିଶା ଜନଚେତନା ମଞ୍ଚ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍। ଏଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭାଗ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି। ସରକାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଠକିଛନ୍ତି ।ପ୍ରକୃତରେ ଆମ ଦେଶ ସମ୍ୱିଧାନ ଦ୍ୱାରା ହିଁ ପରିଚାଳିତ ହେବ। କୌଣସି ବାଇବେଲ୍, କୋରାନ, ଗୀତା କି ବେଦ ଦ୍ୱାରା ଦେଶ ପରିଚାଳିତ ହୋଇପାରିବ ନାହିଁ।

ସେ ଆହୁରି କହିଛନ୍ତି-ଜଣେ ନାଗରିକ ଭାବେ ମୁଁ ଏଠାକୁ ଆସିଛି, ଅଭିନେତା ଭାବେ ନୁହେଁ। ଆଜିର ଦିନରେ ବାବ୍ରୀ ମସ୍ଜିଦ୍ ଭଙ୍ଗା ଯାଇଥିଲା। ସମ୍ୱିଧାନର ରୂପକାର ଡକ୍ଟର ବାବା ସାହେବ ଆମ୍ୱେଦକରଙ୍କ ତିରୋଧାନ ଦିବସରେ ୧୯୯୨ ମସିହା ଡିସେମ୍ୱର ୬ ତାରିଖରେ ଏହି କଳା ଅଧ୍ୟାୟ ସୃଷ୍ଟି ହୋଇଥିଲା। ସାମ୍ପ୍ରଦାୟିକ ଶକ୍ତିମାନେ ସମ୍ୱିଧାନକୁ ଅବମାନନା କରିଥିଲେ।”
ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha