Breaking

ସୁନା ଓ ରୁପାରେ ଝଟକୁଛନ୍ତି ମା ଦଶଭୂଜା

0

କଟକ : ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ଜମୁଛି ପରିବେଶ। ସୁନା ଓ ଚାନ୍ଦି ଆଭୂଷଣରେ ଝଲସୁଛନ୍ତି ମାଆ। ଚଳିତ ବର୍ଷ କଟକ ସହରରେ ହୋଇଛି ମୋଟ୍ ୨୪ଟି ଚାନ୍ଦି ମେଢ଼। ତେବେ ସର୍ବ ପୁରାତନ ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପରେ ମହଣ ମହଣ ଚାନ୍ଦିରେ ତିଆରି ମେଢ଼ ସାଙ୍ଗକୁ ମାଆଙ୍କ ମୁକୁଟ ସୁନାରେ ଝଲସୁଛନ୍ତି।

କଟକ ସହର ଚୌଧୁରୀ ବଜାର ପୂଜା ମଣ୍ଡପ ହେଉଛି ସର୍ବ ପୁରାତନ ମଣ୍ଡପ। ଏଠାରେ ସୁନା ମୁକୁଟରେ ଝଟକୁଛି। ମାଆଙ୍କ କାନରେ ଶୋଭା ପାଉଛି ମତ୍ସ୍ୟାକୃତି କୁଣ୍ଡଳ। ପଛପଟେ ଆଖି ଝଲସିଲା ଭଳି ଚାନ୍ଦି ମେଢ଼। ଦେବ ଦେବୀମାନେ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଛନ୍ତି। ୧୯୫୬ ମସିହାରେ ପ୍ରଥମ ଥର ଲାଗି ଏହି ମଣ୍ଡପରେ ହୋଇଥିଲା ଚାନ୍ଦିମେଢ଼। ସେତେବେଳେ ଲାଗିଥିଲା ପ୍ରାୟ ଅଢ଼େଇ କ୍ୱଣ୍ଟାଲ ଚାନ୍ଦି। ପରେ ୧୯୯୩ ମସିହାରେ ୩ କିଲୋ ୫ ଶହ ଗ୍ରାମ୍ ଓଜନର ସୁନା ମୁକୁଟ ସାଙ୍ଗକୁ ଓଁକାର ପ୍ରତିକୃତି ମେଢକୁ ଅଧିକ ମନୋରମ କରିଥିଲ। ତେବେ ୨୦୦୫ ମସିହାରେ ଚାନ୍ଦି ମେଢରେ ୫ଟି କଲି ସୁନାରେ ନିର୍ମାଣ ହୋଇଥିଲା।

ସେହିପରି କଟକର ଅନ୍ୟତମ ଆକର୍ଷଣ ହେଉଛି ଶେଖ୍ ବଜାର ପୂଜା ମଣ୍ଡପ। ଏଠାରେ ମାଆ ଦୁର୍ଗାଙ୍କ ସମେତ, ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୁଣ୍ଡରେ ଝଟକୁଛି ସୁନାର ମୁକୁଟ। ୧୯୯୧ ମସିହାରେ ଏଠାରେ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚାନ୍ଦିରେ ନିର୍ମାଣ ହୋଇଥିଲା ମେଢ଼। ସମୟ ବଦଳିବା ସହ ପରେ ରୁପା ମୁକୁଟକୁ ବଦଳାଇ ସୁନାରେ ତିଆରି କରାଯାଇଛି। ସେପଟେ ଚଳିତବର୍ଷ ଚାନ୍ଦି ମେଢ଼ ତାଲିକାରେ ଯୋଡ଼ି ହୋଇଛି ଦରଘା ବଜାର ପୂଜା କମିଟି। ୨ କ୍ୱିଣ୍ଟାଲ ୭୦ କେଜି ଓଜନର ଚାନ୍ଦିରେ ତିଆରି ହୋଇଛି

loading...

Leave A Reply

Your email address will not be published.