Breaking

ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଦେଖିଲା ଜଗା

0

ନୂଆଦିଲ୍ଲୀ : ଦଶହରା ଅବସରରେ ଅାସିଲା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କୁ ନେଇ ଖୁସି ଖବର ।ଜଗା ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଛି। ସେହିପରି କାଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି। ପ୍ରକାଶ ଯେ, କନ୍ଧମାଳ ଫିରିଙ୍ଗିଆ ବ୍ଲକର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରେ ଅପରେସନ ପରେ ଉଭୟ ବାହାରକୁ ବାହାରି ନ ଥିଲେ। ତେବେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ଜଗା।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଳିପଡା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଅକ୍ଟୋବରରେ ଏମ୍ସ ଡାକ୍ତର ଟିମ ୨୧ ଘଣ୍ଟା ସର୍ଜରୀ କରିବା ପରେ ଜଗା-କାଳିଆଙ୍କୁ ଅଲଗା କରିଥିଲେ।

loading...

Leave A Reply

Your email address will not be published.