Breaking

ଓ୍ବିସ୍ ଓ କିଟ୍ ଶିକ୍ଷାନୁଷ୍ଠାନର ମିଳିତ ଆନୁକୂଲ୍ୟରେ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ୱର :ନାରୀ ସଚେତନତା ଓ ସୁରକ୍ଷା ପାଇଁ କାର୍ଯ୍ୟରତ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଓ୍ବିସ୍ ବିଭିନ୍ନ ଉନତିମୂଳକ କାର୍ଯ୍ୟକ୍ରମ କରିଥାଏ । ନାରୀ ଜାତିର ସମ୍ମାନ ଓ ଶିକ୍ଷା କ୍ଷେତ୍ରରେ ଓ୍ବିସ୍ ଛୋଟ ଛୋଟ କନ୍ୟା ସନ୍ତାନମାନଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଇ ବିଶେଷ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଅଛି ।
ଏହି କ୍ରମରେ ଓ୍ବିସ୍ ତରଫରୁ ଆଜି ଏକ କାର୍ଯ୍ୟକ୍ରମ କରାଯାଇଅଛି । ଓଡିଶା ତଥା ଭାରତର ଅଗ୍ରଣୀ ଶିକ୍ଷାନୁଷ୍ଠାନ କିଟ୍ ଓ ଓ୍ବିସ୍ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଝାରପଡାସ୍ଥିତ ମଧୁରମୟୀ ଆଶ୍ରମରେ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ୧୦୦ ଜଣ କନ୍ୟା ମାନଙ୍କୁ ସେମାନଙ୍କର ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଓ୍ବିସ୍ ଓ ‘କିଟ୍’ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.