Breaking

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ : ଅକ୍ଟୋବର ୧୧ରେ କଲେଜ ନିର୍ବାଚନ

0

ଭୁବନେଶ୍ୱର :ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧ ତାରିଖରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୩ ତାରିଖରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ୪ରେ ନାମାଙ୍କନ ଯାଞ୍ଚ ହେବ ଓ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।ସେହିପରି ଅକ୍ଟୋବର ୧୦ ତାରିଖରେ ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ଅନୁଷ୍ଠିତ ହେବ। ତା’ ପରଦିନ ଅର୍ଥାତ୍ ୧୧ ତାରିଖ ସକାଳ ୮ଟାରୁ ଦିନ ୨ଟା ଯାଏ ଛାତ୍ରଛାତ୍ରୀମାନେ ଭୋଟ୍‌ ଦେବେ। ସେହିଦିନ ଅପରାହ୍ଣ ୨ଟା ପରେ ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୨ରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ।

loading...

Leave A Reply

Your email address will not be published.