ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ୍ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର ସିଇଓ କେ ମୁରୁଗେସନ, ଏନସିସିଏ ସଭାପତି ଡ.ଅରୁଣ କୁମାର ରଥ,ଏସଆରବି ଆସୋସିଏଟସ୍’ର ସିଏ ଶରତ ଚନ୍ଦ୍ର ଭଦ୍ରା, ରୋଟାରୀ ଭୁବନେଶ୍ବରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ରୋଟାରୀ ଭୁବନେଶ୍ବର ଡିଜିଇ ରୋଟାରିଆନ ଯଜ୍ଞାଶିଷ ମହାପାତ୍ର, କର୍ପୋରେଟର ମାନସୀରାଣୀ ସୁନ୍ଦରରାୟଙ୍କ ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ ୧୫ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର ବଣ୍ଟନ କରାଯାଇଥିଲା। ସେହିପରି କ୍ୟାନସର ପିଡ଼ିିତ ପିଲାମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha