Breaking

ଆଜି ୨୪ ବିଧାୟକଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ

0

ଭୁବନେଶ୍ୱର :ଆଜି ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଛି।ଏହି ମର୍ମରେ ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ। ମିଳିଥିବା ସୂଚନା ମୁତାବକ, ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ଡଃ ପ୍ରଫୁଲ୍ଲ ମାଝୀ (୨୦୧୨), ଅମରପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬)ଙ୍କୁ ପଣ୍ଡିତ ନୀଳକଣ୍ଠ ସମ୍ମାନ ପ୍ରଦାନ କରାଯିବ।

ସେହିଭଳି ସୁରେନ୍ଦ୍ରନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମକେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬)ଙ୍କୁ ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯିବ।ସେହିପରି ଉତ୍କଳମଣି ସମ୍ମାନରେ ସଂଜୟ କୁମାର ଦାସବର୍ମା(୨୦୦୯), ପ୍ରୀତିରଞ୍ଜନ ଘଡ଼େଇ(୨୦୧୦), ସମୀର ରଂଜନ ଦାଶ(୨୦୧୧), ପ୍ରଶାନ୍ତ କୁମାର ମୁଦୁଲି(୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)ଙ୍କୁ ସମ୍ମାନିତ କରାଯିବ।

You May Like Here:
            ⇓

loading...

Leave A Reply

Your email address will not be published.