Breaking

ନଦୀରେ ଖସି ପଡ଼ିଲା ତୀର୍ଥଯାତ୍ରୀ କାର ! ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

0

ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି।ଏବେ ରେସକ୍ୟୁ ଅପରେସନ ଜାରି ରହିଛି । ଗୋଟିଏ ଇକୋ ସ୍ପୋର୍ଟ କାରରେ ଶ୍ରଦ୍ଧାଳୁମାନେ ମଚେଲ ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିବା ସମୟରେ କାର ଭାରସାମ୍ୟ ହରାଇ ୮୦୦ମିଟର ତଳକୁ ଖସି ନଦୀରେ ପଡିଥିଲା । ତେବେ ସୌଭାଗ୍ୟବସତଃ ଜଣେ ୫ ବର୍ଷର ଶିଶୁକୁ ଜୀବତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି।ଜାମ୍ମୁର ଡୋଡା ଜିଲ୍ଲାର ଏହି ପରିବାରର ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଲୋକମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳି ନାହିଁ ।

You May Like Here:

            ⇓

loading...

Leave A Reply

Your email address will not be published.