Breaking

ଆମ୍ବେଦକର ଦେଶକୁ ସର୍ବସମାବେଶୀ ଓ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

0

ସମ୍ବଲପୁର – ସାମାଜିକ ନ୍ୟାୟର ପୁରୋଧା, ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମରାଓ ଆମ୍ବେଦକର ଆମକୁ ନ୍ୟାୟ ଏବଂ ସମାନତା ଉପରେ ଆଧାରିତ ଏକ ସର୍ବସମାବେଶୀ ଏବଂ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି । ଯେଉଁ ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କ ପାଇଁ ସ୍ୱତନ୍ତ୍ରତା, ସମାନତା, ଭାଇଚାରା ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିପାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁରରେ ଡକ୍ଟର ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଦେଶର ବଞ୍ଚିତ ବର୍ଗର ବିକାଶକୁ ମୁଖ୍ୟସ୍ରୋତରେ ଯୋଡ଼ି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବାବାସାହେବଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବା ସହ ଭାରତକୁ ନେଇ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ କାମ କରୁଛନ୍ତି । ଏକ ଶ୍ରେଷ୍ଠ, ଶିକ୍ଷିତ, କୁଶଳୀ ଏବଂ ବିକଶିତ ଭାରତ ଗଠନ କରିବା ବାବାସାହେବଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ । ବାବାସାହେବଙ୍କ ବିଚାର ଓ ଆଦର୍ଶ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ।

ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ମୁଦିପଡା ଠେଲକୋପଡା ଠାରେ ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଅଜୁ ତାଣ୍ଡିଙ୍କ ଘରେ ଜଳଖିଆ କରିଥିଲେ । ତାଙ୍କର ସ୍ନେହ, ଶ୍ରଦ୍ଧା ଓ ଅମାୟିକ ବ୍ୟବହାର ପାଇଁ ଧନ୍ୟବାଦ ଜଣାଇବା ସହ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମୋଦିଜୀଙ୍କ ଶାସନର କେନ୍ଦ୍ରବିନ୍ଦୁ ହୋଇଛି ବୋଲି କହିଥିଲେ । ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଅନ୍ତର୍ଗତ ଠେଲକୋପଡ଼ା ଠାରେ ବିଜେପି ଅନୁସୂଚିତ ଜାତି ସମାଜର ପୁରାତନ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଦୟାସାଗର ବେହେରାଙ୍କ ସୁପୁତ୍ର ଦୁଷ୍ମନ୍ତ ବେହେରା ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଙ୍କ କଲ୍ୟାଣକାରୀ ବାର୍ତ୍ତା ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହ ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ ।

loading...

Leave A Reply

Your email address will not be published.