Breaking

ନିର୍ବାଚନ ପ୍ରଚାର ଓ ଖରାର ଉଷ୍ଣତା ଭିତରେ ପଖାଳ ମଜ୍ଜା ନେଲେ ପାଣ୍ଡିଆନ

0

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ । ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ ।

କଳାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସାଥୀ ରେ ଥିଲେ ପ୍ରଚାର cover କରିବାକୁ ଆସିଥିବା India Today TV National channel ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ ।

ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ, ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଆଉ ଦହିର ମଜ୍ଜା ନେଇଥିଲେ ଦୁଇ ଜଣ । ସମ୍ପୂର୍ଣ ନିରାମିଷ ଖାଦ୍ୟ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କର ଖୁବ ପସନ୍ଦ । ଆମ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବହୁତ ପ୍ରିୟ ପଖାଳ ।

ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲଙ୍କୁ ବୁଝାଇବା ସହ ଓଡ଼ିଆଙ୍କ ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ସେ ବିଷୟରେ ପାଣ୍ଡିଆନ ଖାଇବାବେଳେ କହିଥିଲେ । ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |

loading...

Leave A Reply

Your email address will not be published.