Breaking

ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ

1

ନୂଆଦିଲ୍ଲୀ: ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ
Edited By OdishaReporter Bureau Published By OdishaReporter Bureau Last updated Jul 11, 2019

Share
ନୂଆଦିଲ୍ଲୀ: ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Sponsored LinksYou May Like
Gaining Weight? Try This Product to Get in Shape Again.
Purelyherbs Branding
by Taboola
ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍‌ ଟ୍ୱିଟ୍‌ କରି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନ କରିବା ପାଇଁ ଅନୁରୋଧ କରିଛନ୍ତି। ଲତାଙ୍କର ଏହି ଟ୍ୱିଟ୍‌ ଏବେ ଭାଇରାଲ୍ ହେଉଛି।

ଲତା ମଙ୍ଗେଶକର ଲେଖିଛନ୍ତି, ‘ନମସ୍କାର ଏମ୍‌.ଏସ୍ ଧୋନିଜୀ। ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’

ସେ ଆହୁରି ଲେଖିଛନ୍ତି, ‘ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଏବେ ଅବସର କଥା ଭାବନ୍ତୁ ନାହିଁ।’

ଧୋନିଙ୍କୁ ପସନ୍ଦ କରୁଥିବା ୟୁଜର୍ସ ସୋଶାଲ୍‌ ମିଡିଆରେ ଲତାଙ୍କ କଥାକୁ ସମର୍ଥନ କରିଛନ୍ତି। ୧୪ ହଜାର ଲୋକ ଏହି ଟ୍ୱିଟ୍‌କୁ ଲାଇକ୍‌ କରିଥିବା ବେଳେ ୭୦୦ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିଛି।

ସୂଚନାଯୋଗ୍ୟ, ଗତକାଲି ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଶେଷ ଓଭରରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳ ୧୮ ରନ୍‌ରେ ହାରିଯାଇଥିଲା ଓ ଫାଇନାଲ୍‌ରେ ପହଞ୍ଚି ପାରି ନଥିଲା।

loading...
1 Comment
  1. Swarna prasad pattanaik says

    Please please please

Cancel Reply

Your email address will not be published.