Breaking

ବଚ୍ଚନର ଅର୍ଥ କ’ଣ? ପ୍ରଥମ ଥର ପାଇଁ କେମିତି ଓ କ’ଣ ପାଇଁ ତାଙ୍କୁ ଏହି ସାଙ୍ଗିଆ ମିଳିଥିଲା ତାହା ଜଣାଇଲେ ଅମିତାଭ ବଚ୍ଚନ

0

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ଫିଲ୍ମ ଗୁଲାବୋ ସିତାବୋକୁ ନେଇ ଚର୍ଚ୍ଚାରେ । ଫିଲ୍ମର ସୁଟିଂ ଶେଷ ହୋଇ ସାରିଥିବା ବେଳେ ଏ ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ଏହା ସହ ତାଙ୍କୁ ବଚ୍ଚନ ସାଙ୍ଗିଆ କେମିତି ମିଳିଲା ସେ ବିଷୟରେ ଜଣାଇଛନ୍ତି ବିଗ୍‌ ବି । ଏକ ବ୍ଲଗ୍‌ ଲେଖି, “ବଚ୍ଚନ ଶବ୍ଦର ଅର୍ଥ ବଞ୍ଚିବା ବା ବଳକା ଜମା ବି ନୁହେଁ । ଏହା କୌଣସି ଗୋତ୍ର ବା ଜାତିକୁ ମଧ୍ୟ ଦର୍ଶାଏ ନାହିଁ । ବାପାଙ୍କ ଜନ୍ମ କାୟସ୍ଥ ପରିବାରରେ ହୋଇଥିଲା ଓ ତାଙ୍କର ସାଙ୍ଗିଆ ଥିଲା ଶ୍ରୀବାସ୍ତବ ।

କିନ୍ତୁ ସେ ଜାତି ପ୍ରଥାକୁ ବିରୋଧ କରୁଥିଲେ । ସେ ନିଜର ଦୁଃଖକୁ ଜାତି ପ୍ରଥା ପ୍ରତି ଥିବା ବିରୋଧ ଭାବକୁ ସେ ‘ବଚ୍ଚନ’ ନାଁ ଦେଇଥିଲେ । ସେ ନିଜର ସାରା ଜୀବନର କୀର୍ତ୍ତି ଏହି ନାଁ ସହ ଯୋଡ଼ି ଦେଇଥିଲେ । ମହାନ ଲେଖକମାନେ ଅନେକ ସମୟରେ ନିଜର ସାଙ୍ଗିଆ ନିଜେ ରଖିଥାନ୍ତି। ମୋ ବାପା ମଧ୍ୟ ନିଜର ସାଙ୍ଗିଆ ବଚ୍ଚନ ବୋଲି ରଖିଥିଲେ । ଯାହା ପରଠାରୁ ଆମ ପରିବାରର ସମସ୍ତଙ୍କର ସାଙ୍ଗିଆ ‘ବଚ୍ଚନ’ ହୋଇ ଯାଇଥିଲା” ।

loading...

Leave A Reply

Your email address will not be published.