Breaking

ପାକ୍‌ ଅଧିକୃତ କଶ୍ମୀର ଓ ଅକ୍‌ସାଇ ଚୀନ୍‌ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ; ଆବଶ୍ୟକ ପଡ଼ିଲେ ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବି: ଗୃହମନ୍ତ୍ରୀ ଶାହା

0

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍‌ସାଇ ଚୀନ୍‌ ହେଉଛି ଜମ୍ମୁ- କଶ୍ମୀର ଏବଂ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆଜି ସଂସଦର ଲୋକସଭାରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏଥିସହ ଗୃହମନ୍ତ୍ରୀ ଶ୍ରୀ ଶାହା ସ୍ପଷ୍ଟ କରି ସଂସଦରେ କହି ଦେଇଛନ୍ତି, ‘ମୁଁ ଯେତେବେଳେ ବି ଜମ୍ମୁ- କଶ୍ମୀର ପ୍ରସଙ୍ଗରେ କିଛି ବି ବିବୃତି ରଖୁଛି, ସେତେବେଳେ ତା’ ମଧ୍ୟରେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍‌ସାଇ ଚୀନ୍‌ ଅନ୍ତର୍ଭୁକ୍ତ। କାରଣ, ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍‌ସାଇ ଚୀନ୍‌ ହେଉଛି ଜମ୍ମୁ- କଶ୍ମୀର ଏବଂ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ କେହି କେବେ ବି ଭାରତ ଠାରୁ ଅଲଗା କରି ପାରିବେ ନାହିଁ। ଯଦି ଆବଶ୍ୟକ ପଡ଼େ ତେବେ ମୁଁ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍‌ସାଇ ଚୀନ୍‌ ପାଇଁ ମୋ ନିଜ ଜୀବନକୁ ବାଜି ଲଗାଇବା ପାଇଁ ସୁଦ୍ଧା ପଛଘୁଞ୍ଚା ଦେବି ନାହିଁ।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜି ସଂସଦର ଲୋକସଭାରେ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଯେତେବେଳେ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କୁ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ନେଇ ପ୍ରଶ୍ନ କରିଥିଲେ ସେତେବେଳେ ଗୃହମନ୍ତ୍ରୀ ଶ୍ରୀ ଶାହା ଉପରୋକ୍ତ ଉତ୍ତର ରଖିଥିଲେ। ଏଥିସହ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍‌ସାଇ ଚୀନ୍‌ ଯେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏହାକୁ ଭୁଲି ଯିବା ଉଚିତ ନୁହେଁ ବୋଲି ଗୃହରେ ସମସ୍ତଙ୍କୁ ଚେତାଇ ଦେଇଥିଲେ ଗୃହମନ୍ତ୍ରୀ ଶ୍ରୀ ଶାହା।

loading...

Leave A Reply

Your email address will not be published.