Breaking

ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅମିର ଟେଷ୍ଟ କ୍ରିକେଟ୍‌ରୁ ନେଲେ ଅବସର

0

ଇସଲାମାବାଦ: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ମହମ୍ମଦ ଅମିର ଦିନିକିଆ କ୍ରିକେଟରେ ଖେଳ ଜାରି ରଖିବେ। ଦିନିକିଆ ଓ ଟି-୨୦ କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି।

ଟେଷ୍ଟ କ୍ରିକେଟରୁ ଅବସର ନେବା ନେଇ ମହମ୍ମଦ ଅମିର କହିଛନ୍ତି, ପାକିସ୍ତାନ ପାଇଁ ଟେଷ୍ଟ ଫର୍ମାଟରେ ଖେଳି ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ମାତ୍ର ଏବେ ମୁଁ ଏହି ଦୀର୍ଘକାଳୀନ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ମୁଁ ଦିନିକିଆ କ୍ରିକେଟକୁ ଅଧିକ ସମୟ ଦେଇପାରିବି।

ଅମିର କହିଛନ୍ତି, ପାକିସ୍ତାନ ପାଇଁ ଖେଳିବା ମୋ ପାଇଁ ଆଗ୍ରହ ଓ ଲକ୍ଷ୍ୟ ଥିଲା। ଏବେ ଦିନିକିଆ କ୍ରିକେଟ ପାଇଁ ଯେଉଁ ଶରୀରର ଆବଶ୍ୟକତା ରହିଛି, ଏହାରି ଉପରେ ଅଧିକ ଗୁରୁତ୍ୱ ଦେବି। ଏହା ଦ୍ୱାରା ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବି। ସେ କହିଛନ୍ତି, ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ ପାଇଁ ଏବେ ଠାରୁ ପରିଶ୍ରମ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ୨୭ ବର୍ଷିଅ ଅମିର ପାକିସ୍ତାନ ପାଇଁ ୩୬ଟି ଟେଷ୍ଟ ମ୍ୟାଚ ଖେଳି ୧୧୯ ଓ୍ଵିକେଟ ନେଇଥିଲେ। ଏହି କମ ସମୟ ମଧ୍ୟରେ ସେ ୫ ଥର ୫ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଅମୀର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୪୪/୬। ଶ୍ରୀଲଙ୍କା ବିପକ୍ଷରେ ସେ ୨୦୦୯ରେ ଟେଷ୍ଟ ମ୍ୟାଚ କ୍ୟାରିୟର ଆରମ୍ଭ କରିଥିଲେ। ସେହିଭଳି ଚଳିତ ବର୍ଷ ଜୋହାନସ୍‌ବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ।

loading...

Leave A Reply

Your email address will not be published.