Breaking

ଡୋପିଂ ଟେଷ୍ଟରେ ଫସିଲେ ଯୁବ କ୍ରିକେଟର ପୃଥ୍ଵୀ ସ’, ୮ ମାସ ପାଇଁ କ୍ରିକେଟରୁ ନିଲମ୍ବିତ

0

ମୁମ୍ବାଇ: ଡୋପିଂ ଟେଷ୍ଟରେ ଫସିବା ପରେ ଭାରତୀୟ ଯୁବ ବିସ୍ମୟ କ୍ରିକେଟର ପୃଥ୍ଵୀ ସ’ଙ୍କୁ ଶକ୍ତ ଝଟକା ଲାଗିଛି। ପୃଥ୍ଵୀ ୮ ମାସ ତାରିଖ ପର୍ଯ୍ୟନ୍ତ କୌଣସି ଶ୍ରେଣୀର କ୍ରିକେଟ ଖେଳିପାରିବେ ନାହିଁ। ଏଭଳି ପ୍ରତିବନ୍ଧକ ଲଗାଇଛି ବିସିସିଆଇ। ପୃଥ୍ଵୀ ସ’ ଡୋପିଂ ଟେଷ୍ଟରେ ଫସିବା ପରେ ୧୯ ବର୍ଷୀୟ ଯୁବ କ୍ରିକେଟରଙ୍କ ସହ ତାଙ୍କ ଫ୍ୟାନ୍‌ ମାନଙ୍କୁ ଏହି ଖବର ନିରାଶ କରିଛି।

ସୂଚନା ମୁତାବକ, ଆସନ୍ତା ଫେବ୍ରୁଆରି ୨୨ ତାରିଖରେ ଇନ୍ଦୋର ଠାରେ ଖେଳାଯିବାକୁଥିବା ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ପାଇଁ ଡୋପିଂ ଟେଷ୍ଟ ଚାଲିଥିବା ବେଳେ ତାଙ୍କ ରକ୍ତ ନମୁନାରୁ ‘ଟର୍ବ୍ୟୁଟାଲାଇନ୍‌’ ନାମକ ଡ୍ରଗ୍‌ସ ମିଳିଛି। ତେଣୁ ଡୋପିଂ ନିୟମକୁ ଏହା ଉଲଂଘନ କରୁଥିବାରୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବିସିସିଆଇ ବୋର୍ଡ କ୍ରିକେଟ୍‌ ଜଗତରୁ ତାଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ପୃଥ୍ଵୀ ନିଜ ପକ୍ଷ ରଖି ବିସିସିଆଇଙ୍କୁ କହିଛନ୍ତି କି, ଅଜାଣତରେ ଟର୍ବ୍ୟୁଟାଲାଇନ୍‌ କଫ୍‌ ସିରଫ ଥିବା ପିଇଥିଲେ।

loading...

Leave A Reply

Your email address will not be published.