Breaking

କ୍ରାଇମବ୍ରାଞ୍ଚ ନଜରରେ ରହିବେ ସାରଥୀ

0

କେନ୍ଦ୍ରାପଡା,୨୬ ।୭(ଓଡିଶା ଭାସ୍କର): ଗତକାଲି କଟକ ଚୌଦ୍ୱାର ଜେଲରୁ ମୁକୁଳିଥିବା ସନ୍ତୋଷ ରାଉଳ ଓରଫ୍ ସାରଥୀ ଏଣିକି କ୍ରାଇମବ୍ରାଞ୍ଚ ଜନରରେ ରହିବେ । ସାରଥୀଙ୍କ ପ୍ରତିଟି ଗତିବିଧି ଉପରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେବ । ଏନେଇ ଖୋଦ୍ କ୍ରାଇମବ୍ରାଞ୍ଚର ଏଡିଜେ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ରପଡା ଏସଡିଜେଏମ କୋର୍ଟରେ ସାରଥୀ ଅର୍ଥାତ୍ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବ ପରେ ଗତକାଲି ସେ ଜେଲ୍ରୁ ମୁକୁଳିଛନ୍ତି । କୋର୍ଟରେ ସାରଥୀଙ୍କୁ ୨ ଜଣ ସ୍ଥାନୀୟ ଜମିନଦାର ଓ ୨ ଲକ୍ଷ ଟଙ୍କାର ବଣ୍ଡ ବଦଳରେ ଜାମିନ ମିଳିଛି । ବାରିମୂଳ ଆଶ୍ରମକୁ ନ ଯିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଏଥି ସହ କୋର୍ଟର ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ବୋଲି ନୂଆ ସର୍ତ୍ତ ରଖିଛନ୍ତି କେନ୍ଦ୍ରପଡା ଏସଡିଜେଏମ୍ କୋର୍ଟ । କେଉଁଠି ସଭାସମିତି କରିପାରିବେନି କି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି । ପୂର୍ବରୁ ହାଇକୋର୍ଟ ମଧ୍ୟ ଜାମିନ୍ ପାଇଁ କେତେକ ସର୍ତ୍ତ ରଖିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪ ବର୍ଷ ଧରି କଟକର ଚୌଦ୍ବାର ଜେଲ୍ରେ ଅଛନ୍ତି ସାରଥି ବାବା । ୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିଲେ ସନ୍ତୋଷ ରାଉଳ ଓରଫ ସାରଥି ।

loading...

Leave A Reply

Your email address will not be published.