Breaking

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

0

ଅନୁଗୁଳ,୨୬ ।୭(ଓଡିଶା ଭାସ୍କର): ଅନୁଗୁଳ ଜିଲ୍ଲା ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ରାତି ୧୦ଟା ସମୟରେ କୋଇଲା ଖଣିରେ ମାଟି ଧସିଥିଲା । ମାଟି ଧସିବା କାରଣରୁ ଘଟଣାସ୍ଥଳରେ କାମ କରୁଥିବା ୧୩ ଜଣ ଶ୍ରମିକ ଫସି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜୀବିତ ଉଦ୍ଧାର କରା ଯାଇଥିଲେ ବି ୪ ଜଣଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡିଥିଲା । ପରବର୍ତ୍ତୀ ସମୟରେ ୩୦ ଜଣିଆ ଏନଡିଆରଏଫ ଟିମ୍ ଓ ଡଗ ସ୍କ୍ୱାଡ ସାହାଯ୍ୟରେ ଖୋଜାଖୋଜି ଚାଲିଥିଲା । ବର୍ଷା କାରଣରୁ ଉଦ୍ଧାର କାମ ବାଧାପ୍ରାପ୍ତ ହେଉଥିଲେ ହେଁ ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

loading...

Leave A Reply

Your email address will not be published.