Breaking

କମୁଛି ଜଳ ବିଦ୍ୟୁତ ଉତ୍ପାଦନ, ବୁର୍ଲା ଜଳ ବିଦ୍ୟୁତ କେନ୍ଦ୍ରର ଜଟିଳ ସ୍ଥିତି

0

ସମ୍ବଲପୁର: ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ବୁର୍ଲା ବିଦ୍ୟୁତ କେନ୍ଦ୍ରରେ ସର୍ବାଧିକ ଜଟିଳ ସ୍ଥିତି ଉତ୍ପନ୍ନ ହୋଇଛି। ଏହା କହିଛନ୍ତି ଓଏଚପିସି, ବୁର୍ଲାର ଜିଏମ ଜ୍ଞାନରଞ୍ଜନ ଦାଶ। ଏପରିକି ୪ ବର୍ଷ ମଧ୍ୟରେ ୨୦୧୮ ମସିହାରୁ ୨୦୧୯ ମସିହା ମାର୍ଚ ମାସ ପର୍ଯ୍ୟନ୍ତ ସର୍ବନିମ୍ନ ୩୮୫.୪୪୪ ଏମୟୁ ବିଦ୍ୟୁତ ଉତ୍ପାଦିତ ହୋଇଛି। କ୍ରମାଗତ ଜଳସ୍ତର ହ୍ରାସ ଏହାର ମୁଖ୍ୟ କାରଣ ବୋଲି ଆଶଙ୍କା କରାଯାଉଛି। ଏସଏଲଡିସି ନିର୍ଦେଶରେ ହୀରାକୁଦ ଜଳଭଣ୍ଡାରରୁ ପାୱାର ଚେନାଲ ନେଇଛି ମାତ୍ର ୩୫ ଶହ କ୍ୟୁସେକ ପାଣି। ଏଥିଯୋଗୁଁ ବୁର୍ଲା ଏବଂ ଚିପିଲିମା କେନ୍ଦ୍ରର ବିଦ୍ୟୁତ ଉତ୍ପାଦନ ସାଂଘାତିକ ହ୍ରାସ ପାଇଛି। ଉଭୟ ୨୦ ମେଗାୱାଟ ଲେଖାଏଁ ବିଜୁଳି ଉତ୍ପାଦନ କରିପାରିବେ ବୋଲି ଆଶଙ୍କା କରାଯାଉଛି। ଏଥିପୂର୍ବରୁ ଜୁନମାସରେ ଜଳସ୍ତର ହ୍ରାସ ଯୋଗୁଁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିଲା। କିଛି ବର୍ଷ ହେଲା ବୁର୍ଲା ପାୱାରହାଉସରୁ କ୍ରମାଗତ ଭାବରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏହାର କ୍ଷମତା ୨୭୫.୫ ମେଗାୱାଟ ହୋଇଥିଲେ ମଧ୍ୟ ମାତ୍ର ୬୭ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇ ପାରୁଛି। ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୧୭ ମାର୍ଚରୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ବୁର୍ଲା ପାୱାର ହାଉସରୁ ସମୁଦାୟ ୬୧୨.୦୨୩ ଏମୟୁ, ୨୦୧୬ରୁ ୨୦୧୭ ମଧ୍ୟରେ ୫୩୩.୩୫ ଏମୟୁ, ୨୦୧୫ରୁ୨୦୧୬ ମଧ୍ୟରେ ୪୫୮.୨୯ ଏମୟୁ ବିଜୁଳି ଉତ୍ପାଦିତ ହୋଇଥିଲା। ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଏସଏଲଡିସିର ନିର୍ଦେଶ ଅନୁଯାୟୀ ବିଜୁଳି ଉତ୍ପାଦିତ ହୁଏ। ଜଳସ୍ତର ହ୍ରାସ ଉତ୍ପାଦନକୁ ବାଧାପ୍ରାପ୍ତ କରୁଥିବା ଆଶଙ୍କା କରାଯାଉଛି। ଏଥିସହିତ ବୁର୍ଲା ହାଉସରେ ସମୁଦାୟ ୭ଟି ୟୁନିଟ ରହିଛି। ଏଥିମଧ୍ୟରୁ ୨ରୁ୩ଟି ୟୁନିଟ ଜରିଆରେ ବିଜୁଳି ଉତ୍ପାଦନ କରାଯାଉଛି। ବାକି ୪ଟି ୟୁନିଟ ମଧ୍ୟରୁ ୨ଟି ୟୁନିଟ ରିନୋଭେସନ କାର୍ଯ୍ୟ ୨୦୧୬ ମସିହା ଜାନୁଆରି ମାସରୁ କରାଯାଉଛି। ବାକି ୨ଟି ୟୁନିଟର ମରାମତି ହେଉଛି। ୪ ନମ୍ବର ଗେଟ ମରାମତି କାର୍ଯ୍ୟ ମାସେ ମଧ୍ୟରେ ଏବଂ ୧ ନମ୍ବରର ମରାମତି କାର୍ଯ୍ୟ ସମାପ୍ତ ପାଇଁ ୧୦ ମାସ ଲାଗିବ ବୋଲି କହିଛନ୍ତି ଜିଏମ ଶ୍ରୀ ଦାଶ। ଚିପିଲିମାର ଜଳ ବିଦ୍ୟୁତ କ୍ଷମତା ୭୨ ମେଗାୱାଟ ରହିଛି। ଏହାର ୩ଟି ୟୁନିଟ ମଧ୍ୟରୁ ଏହାର ଗୋଟିଏ ୟୁନିଟର ରିନୋଭେସନ ୨୦୧୬ ମସିହାରୁ କରାଯାଉଛି। ୧୯୬୨ ମସିହାର ଏହି ମେସିନ ହୋଇଥିବାରୁ ପୁନରୁଦ୍ଧାର ପାଇଁ ମରାମତି କରାଯାଉଛି ଚିପିଲିମା ୟୁନିଟ ପ୍ରମୁଖ ଦେବାଶିଷ ମିଶ୍ର କହିଛନ୍ତି।

loading...

Leave A Reply

Your email address will not be published.