Breaking

‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡିଂ ହେବାରେ ଲାଗିଛି #ରସଗୋଲା

0

ଭୁବନେଶ୍ୱର: ଏଣିକି ଓଡ଼ିଶା ଛାତି ବାଡ଼େଇ କହିବ ରସଗୋଲା ଆମର। ଯେଉଁଠି, ଯେତେବେଳେ, ଯିଏ ପ୍ରଶ୍ନ କରିବ ରସଗୋଲା କାହାର? ଉତ୍ତରରେ ଆପେ ଆପେ ପାଟିରୁ ବାହାରି ପଡିବ ଓଡ଼ିଶାର। କାରଣ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ। ଓଡ଼ିଶାର ରସଗୋଲା ପାଇଛି ଭୌଗଳିକ ପରିଚୟ। ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିଛି। ଆଉ ଓଡ଼ିଶାକୁ ଏହି ମାନ୍ୟତା ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଲାଗିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାପରେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳୀର ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଆନନ୍ଦ ପ୍ରକାଶ କରିଛନ୍ତି।

loading...

Leave A Reply

Your email address will not be published.