Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଜନସାଧାରଣଙ୍କ କାର୍ଯ୍ୟ କରି ପ୍ରଶଂସିତ ହେବେ

0

ମେଷ: କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ବାକ୍‍ପୁଟତାରେ ପ୍ରତିଯୋଗୀଙ୍କୁ ବଳି ଯାଇପାରନ୍ତି। ପ୍ରତିଷ୍ଠା ଲାଭ କରିବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶାନ୍ତି, ସନ୍ତୋଷ ମିଳିବ।

ବୃଷ: ମନସ୍କାମନାପୂର୍ଣ୍ଣ ହେବ। ଧୈର୍ଯ୍ୟବାନ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତା ମିଳିବ। ଦ୍ରବ୍ୟ ଲାଭ ହେବ।

ମିଥୁନ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଧୈର୍ଯ୍ୟହରା ନହୋଇ ପରିସ୍ଥିତିର ମୁକାବିଲା କରିବେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଚିନ୍ତାବୃଦ୍ଧି ହୋଇପାରେ।

କର୍କଟ: ନିଜକାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କରିପାରନ୍ତି। ଶୁଭ ସମାଚାର ମିଳିପାରେ। ଲୋକପ୍ରିୟତା ବୃଦ୍ଧି ହେବ। ଚେଷ୍ଟା ଶୁଭପଦ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭ ହେବ। ପାରିବାରିକ ସୁଖ ମିଳିବ।

ସିଂହ: ଜନସାଧାରଣଙ୍କ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଚିତ୍ତ ପ୍ରସନ୍ନ ରହିବ। ଯଶସ୍ୱୀ ହେବେ। ସମ୍ମାନିତ ହୋଇପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଶୁଣା କଥାକୁ ଛାଡ଼ି ନିଜବୁଦ୍ଧିରେ ବାଟ ଚାଲନ୍ତୁ।

କନ୍ୟା: ମନ ସ୍ଥିର ରହିବ। ରୋଜଗାର ଆଶାନୁରୂପ ହେବ। ପାରିବାରିକ ସୁଖ ମିଳିବ। ସୁ ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରଶଂସା ମିଳିବ। ଆଶା ପୂରଣ ହେବ। କାର୍ଯ୍ୟରେ ସଫଳତା ମିଳିବ।

ତୁଳା: କର୍ମ ଚଞ୍ଚଳ ରହିବେ। ମନରେ ପ୍ରସନ୍ନତା ଦେଖାଦେବ। ଭାଗ୍ୟବାନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟ ହାତକୁ ନେବେ। ସମସ୍ୟାର ସମାଧାନ ହେବ।

ବିଛା: ନିର୍ଭୀକ ଭାବେ କାର୍ଯ୍ୟ କଲେ ପରିସ୍ଥିତିକୁ ସମ୍ଭାଳି ନେବେ। ଈଶ୍ୱର ଭକ୍ତି ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସଫଳତା ଲାଭ କରିବେ। ବାଧା-ବିଘ୍ନ ଉପୁଜିଲେ ଆଗକୁ ବଢ଼ିିବେ। ଅପୂରଣୀୟ ଆଶା ମନରେ ଆଶ୍ୱସନା ମିଳିପାରେ।

ଧନୁ: ସ୍ୱଭାବ ସମ୍ପନ୍ନ ଲୋକ ହେଲେ ବି ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ନିଜ ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବେ ନାହିଁ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବହୁ ବୁଦ୍ଧି, ଜ୍ଞାନୀ ଓ ଅଭିଜ୍ଞତାର ଅଧିକାରୀ ହେବେ।

ମକର: ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସର୍ବ ସୁଖ ମିଳିବା ଆଶା କରାଯାଏ। ବକୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।

କୁମ୍ଭ: ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ସଫଳତା ମିଳିବ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଉନ୍ନତ ମାର୍ଗରେ ଅଗ୍ରଗାମୀ ହେବେ। ବ୍ୟବସାୟରେ ଅଗ୍ରଗତି ଘଟିବ। କେତେକ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ।

ମୀନ: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିପାରନ୍ତି। ସତ୍ସଙ୍ଗୀ ହୋଇପାରନ୍ତି। ମନରୁ ହିଂସା ଭାବ ଦୂର ହେବ। ଭୁଲ ବୁଝାମଣା ଯୋଗୁଁ କାର୍ଯ୍ୟରେ ବ୍ୟତିକ୍ରମ ଘଟିପାରେ। ଚଞ୍ଚଳ ପ୍ରକୃତିର ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।

loading...

Leave A Reply

Your email address will not be published.