Breaking

ଖୋଲିବ ଶ୍ରୀମନ୍ଦିର, ଆଜି ହୋଇପାରେ ନିଷ୍ପତ୍ତି

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ନିଷ୍ପତ୍ତି ର ଦିନ। ଛତିଶା ନିଯୋଗ ବୈଠକରେ ଶ୍ରୀ ମନ୍ଦିର ଖୋଲାଯିବା ନେଇ ଆଜି ହେବ ନିଷ୍ପତ୍ତି। ତେବେ ଡିସେମ୍ବର ୨୧ ରୁ ମନ୍ଦିର ଖୋଲିପାରେ ବୋଲି ଶୁଣାଯାଉଛି। ଏ ନେଇ ଆଜି ମଧ୍ୟାହ୍ନ ରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ନିମନ୍ତେ ବନ୍ଦ ରହିଥିଲା। ଏଥି ଯୋଗୁଁ ପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ ଦେଖିବାରୁ ମଧ୍ୟ ଭକ୍ତ ବଞ୍ଚିତ ହୋଇଥିଲେ।
ତେବେ ମନ୍ଦିର ଖୋଲିଲେ ମଧ୍ୟ ଦୈନିକ ୧୦% ଭକ୍ତଙ୍କୁ ପ୍ରବେଶ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ପୂର୍ବରୁ ଦୈନିକ ପ୍ରାୟ ୪୦ ହଜାର ଭକ୍ତ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଏବେ ପାଖାପାଖି ୪ ହଜାର ଭକ୍ତଙ୍କୁ ଅନୁମତି ମିଳିବ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଏହା ସହ ଡିସେମ୍ବର ୧୫ ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ପହିଲି ଭୋଗ ହେବା ସହ, ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ର ନୀତି ନିର୍ଘଣ୍ଟ ମଧ୍ୟ ହୋଇପାରେ। ଆଗକୁ ପ୍ରଭୁଙ୍କର ଦେବାଭିଷେକ ନୀତି ନିର୍ଘଣ୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ।

loading...

Leave A Reply

Your email address will not be published.